ମାଇକ୍ରୋସପ୍ଟ ନୁହେଁ, ଏବେ ‘ଟିକ୍-ଟକ୍’ର ଆମେରିକୀୟ ବ୍ୟବସାୟ କିଣିବ ଓରାକଲ୍

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ଏବେ ଚାଇନିଜ୍ ସର୍ଟ ଭିଡିଓ ଆପ୍ ଟିକ୍-ଟକ୍ କିଣିବ ନାହିଁ | ଆମେରିକାର କମ୍ପାନି ମାଇକ୍ରୋସଫ୍ଟ କହିଛି ଯେ, ଟିକ୍-ଟକର ପ୍ୟାରେଣ୍ଟ୍ କମ୍ପାନି ବାଇଟ୍ ଡାନ୍ସ ମାଇକ୍ରୋସଫ୍ଟର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି। ତେବେ ମାଇକ୍ରୋସଫ୍ଟକୁ ଛାଡ଼ି ଏବେ ବାଇଟ୍ ଡାନ୍ସ ଆମେରିକାର ଓରାକଲ୍ କମ୍ପାନିକୁ ଟିକ୍-ଟକ୍ ବିକ୍ରି କରିବାକୁ ଚିନ୍ତା କରୁଥିବା ସାମ୍ନାକୁ ଆସିଛି।

ସୂଚନା ମୁତାବକ, ବାଇଟ୍ ଡାନ୍ସକୁ ଟିକ୍-ଟକର ଆମେରିକୀୟ ବ୍ୟବସାୟ ବିକ୍ରୟ କରିବାକୁ ରାଷ୍ଟ୍ରପତି ଟ୍ରମ୍ପ ୧୦୦ଦିନ ସମୟ ଦେଇଥିବା ବେଳେ ଏହି ସମୟ ମଧ୍ୟରେ ବିକ୍ରି ନହେଲେ ଆମେରିକାରେ ଟିକ୍-ଟକ୍ ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି କହିଥିଲେ ରାଷ୍ଟ୍ରପତି ଟ୍ରମ୍ପ। ତେବେ ପ୍ରଥମେ ମାଇକ୍ରୋସଫ୍ଟ ଟିକ୍-ଟକକୁ କିଣିବା ନେଇ ଖବର ମିଳୁଥିବା ବେଳେ ଏବେ ବାଇଟ୍ ଡାନ୍ସ ଓରାକିଲକୁ ଟିକ୍-ଟକ୍ ବିକ୍ରି କରିବା ପାଇଁ ଚିନ୍ତା କରୁଥିବା ଜଣା ପଡ଼ିଛି। ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଆମେରିକୀୟ କମ୍ପାନୀ ଓରାକିଲ ଟିକ୍-ଟକ୍ ର ଆମେରିକୀୟ ବ୍ୟବସାୟ କିଣି ପାରେ।

Photo for representaion
aajtak

ସୂଚନାଯୋଗ୍ୟ ଯେ, ଗତ ମାସରେ ମାଇକ୍ରୋସଫ୍ଟ କମ୍ପାନି ଆମେରିକା, କାନାଡା ଏବଂ ନ୍ୟୁଜିଲ୍ୟାଣ୍ଡରେ ଟିକ୍-ଟକର ବ୍ୟବସାୟ କିଣିବାକୁ ପ୍ରସ୍ତୁତ ହେଉଛି। କିନ୍ତୁ ଏବେ ବାଇଟ୍ ଡାନ୍ସ ମାଇକ୍ରୋସଫ୍ଟ ପରିବର୍ତ୍ତେ ଓରାକିଲକୁ ଟିକ୍ ଟକ୍ ବିକ୍ରି କରିବ ବୋଲି ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର