ଜୁଲାଇ ୪ ପର୍ଯ୍ୟନ୍ତ ଦିଲ୍ଲୀରେ କୌଣସି ଗଛ କଟାଯିବନି

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଆଜି ଦକ୍ଷିଣ ଦିଲ୍ଲୀରେ ୧୭ ହଜାର ଗଛ କାଟିବା ଭଳିି ଏକ ବିବାଦୀୟ ପ୍ରକଳ୍ପ ଉପରେ ରୋକ୍‌ ଲଗାଇଛନ୍ତି। ଆସନ୍ତା ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ କୌଣସି ଗଛ କଟାଯିବନି ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଦକ୍ଷିଣ ଦିଲ୍ଲୀରେ ଏନ୍‌ବିସିସି ଏବଂ ସିପିଡବ୍ଲ୍ୟୁଡି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ୬ଟି କଲୋନିର ପୁନଃବିକାଶ ପ୍ରକଳ୍ପ କାର୍ଯ୍ୟ ହାତକୁ ନେଇଛି। ତେବେ ଏହି ପୁନଃବିକାଶ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେଲେ ଦକ୍ଷିଣ ଦିଲ୍ଲୀରେ ପାଖାପାଖି ୧୬,୫୦୦ରୁ ଊର୍ଦ୍ଧ୍ୱ ଗଛ କାଟିବାକୁ ପଡ଼ିବ।

ସମ୍ବନ୍ଧିତ ଖବର