ନୂଆଦିଲ୍ଲୀ : ବିଶ୍ବ ପ୍ରସିଦ୍ଧ ପତ୍ରିକା ଟାଇମ୍ ପକ୍ଷରୁ ବିଶ୍ବର ୨୦୨୨ର ସବୁଠାରୁ କ୍ଷମତାଶାଳୀ ବ୍ୟକ୍ତିମାନଙ୍କ ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ଭାରତୀୟ ଶିଳ୍ପପତି ଗୌତମ ଆଦାନୀ ଓ ଆଡଭୋକେଟ କରୁଣା ନନ୍ଦୀ ସ୍ଥାନ ପାଇଛନ୍ତି । କିନ୍ତୁ ଏବର୍ଷର ତାଲିକାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଥାନ ପାଇନାହାନ୍ତି ।
ଏହି ତାଲିକାରେ ସ୍ଥାନ ପାଇଥିବା ବିଶ୍ବ ପ୍ରମୁଖ୍ୟ ବ୍ୟକ୍ତିମାନେ ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି, ଚୀନ ରାଷ୍ଟ୍ରପତି ସି ଜିନିପିଙ୍ଗ୍, ଆପଲ ସିଇଓ ଟିମ କୁକ, ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭାନ ଡର ଲିଏନ, ଟେନିସ ଖେଳାଳୀ ରାଫେଲ ନାଡାଲ, ଗଣମାଧ୍ୟମ ବ୍ୟକ୍ତିତ୍ବ ଓପ୍ରା ଓ୍ବିନଫ୍ରେ ।
ଆଦାନୀଙ୍କ ସମ୍ପର୍କରେ ଟାଇମ ଲେଖିଛି ଯେ ସେ ଏବେ ବିଶ୍ବର ୬ଷ୍ଠ ବୃହତ୍ତମ ଅର୍ଥନୀତି ଭାରତର ଜଣେ ବଡ଼ ଶିଳ୍ପପତିରେ ପରିଣତ ହୋଇଛନ୍ତି । ସେ ଲାଇମଲାଇଟରେ ନ ରହି ଚୁପ ଚାପ୍ ନିଜର ବ୍ୟବସାୟିକ ସାମ୍ରାଜ୍ୟ ବଢାଇଚାଲିଛନ୍ତି । ସେହିପରି ନନ୍ଦୀ କେବଳ ଜଣେ ଓକିଲ ନୁହଁନ୍ତି, ସେ ଜଣେ ସାମାଜିକ କର୍ମୀ ଭାବେ ସମାଜରେ ପରିବର୍ତ୍ତନ ଆଣିବାକୁ ଉଦ୍ୟମ କରୁଛନ୍ତି ।
ତାଲିକାରେ ଭାରତର ଆଉ ଜଣେ ବ୍ୟକ୍ତି ଖୁରାମ ପରଭେଜ ସ୍ଥାନ ପାଇଛନ୍ତି । ସେ ଜମ୍ମୁ ଓ କଶ୍ମୀରର ଜଣେ ମାନବ ଅଧିକାରୀ କର୍ମୀ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Gautam-Adani.jpg)