ଆମେରିକୀୟ କଂଗ୍ରେସ କମିଟିର ଦାବିପରେ ନଇଁଲେ ସରକାର !

ଜମ୍ମୁ କଶ୍ମୀରରେ କଟକଣାକୁ ପ୍ରତ୍ୟାହାର କରିଲେ

ୱାସିଂଟନ: ଏକ ଶକ୍ତଶାଳୀ ଆମେରିକାର କଂଗ୍ରେସ କମିଟି ପକ୍ଷରୁ ଭାରତ ସରକାରଙ୍କୁ ଗତକାଲି ଜମ୍ମୁ କଶ୍ମୀରରେ ଦୂର ସଞ୍ଚାର ବ୍ଲାକଆଉଟ ଉଠାଇବାଲାଗି ଅନୁରୋଧ କରିଥିଲେ। ଏକ ଟୁଇଟ ଜରିଆରେ ଆମେରିକାର କଂଗ୍ରେସ କମିଟି ପକ୍ଷରୁ କୁହାଯାଇଥିଲା ଯେ ଏହା ଜମ୍ମୁ କଶ୍ମୀରବାସୀଙ୍କ ଜୀବନ ଓ ଉନ୍ନତି ମାର୍ଗରେ ପ୍ରତିଦିନ ବିନାଶକାରୀ ପ୍ରଭାବ ପକାଉଛି। ଏଠାକାର ଲୋକଙ୍କୁ ଭାରତର ଅନ୍ୟ ରାଜ୍ୟର ବିଶେଷ ସୁବିଧା ଉପଲବ୍ଧ କରାଇବା ଲାଗି ମଧ୍ୟ କୁହାଯାଇଥିଲା।
ଏହାପରେ ଏବେ ଚର୍ଚ୍ଚା ଜୋର ଧରିଛି ଯେ ଆମେରିକାର କଂଗ୍ରେସ କମିଟିର ଏହି ଦାବିପରେ ଭାରତ ସରକାର ବିଶେଷ କରି ଜମ୍ମୁ କଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲିକ ଏହି କଟକଣାକୁ ପ୍ରତ୍ୟାହାର କରିନେଇଛନ୍ତି।
ଜମ୍ମୁ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା ସ୍ୱାଭାବିକ ହେଉଥିବାର ଲକ୍ଷ୍ୟ କରି ରାଜ୍ୟପାଳ ସତ୍ୟପାଲ ମଲିକ ଆଗରୁ ରାଜ୍ୟ ପ୍ରଶାସନ ଘାଟିରୁ ବାହାରିଯିବା ପାଇଁ ଜାରି କରିଥିବା ପରାମର୍ଶ ଉଠାଇ ଦେଇଛନ୍ତି । ପ୍ରାୟ ୨ ମାସ ପରେ ଏହି କଟକଣାକୁ ରାଜ୍ୟ ପ୍ରଶାସନ ପ୍ରତ୍ୟାହାର କରିଥିବା ଜଣାଯାଇଛି। ଏହାଫଳରେ ଆଗାମୀ ଅକ୍ଟୋବର ୧୦ତାରିଖରୁ ଜମ୍ମୁ କଶ୍ମୀରକୁ ପର୍ଯ୍ୟଟକମାନେ ବିନା ଦ୍ୱନ୍ଦ୍ୱରେ ଯାଇପାରିବେ ବୋଲି ଜଣାଯାଇଛି । ସୂଚନାଯୋଗ୍ୟ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବାର ପୂର୍ବରୁ ପର୍ଯ୍ୟଟକଙ୍କୁ ତୁରନ୍ତ ଘାଟି ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହି ସମୟରେ ଆତଙ୍କବାଦୀ ଗତିବିଧି ଯୋଗୁଁ ପର୍ଯ୍ୟଟକଙ୍କୁ ଘାଟୀ ଛାଡ଼ିବାକୁ କୁହାଯାଇଥିଲା ।

 

image source–indiatoday

ରାଜ୍ୟପାଳ ସତ୍ୟପାଲ ମଲିକ ଗତକାଲି ସୁରକ୍ଷା ସଂପର୍କିତ ବୈଠକ କରିବାପରେ ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି। । ଏହି ବୈଠକରେ ରାଜ୍ୟପାଳଙ୍କ ପରାମର୍ଶଦାତା ଓ ମୁଖ୍ୟ ସଚିବ ମଧ୍ୟ ଉପସ୍ଥିତ ଥିଲେ ବୋଲି ଜଣାଯାଇଛି ।

ସମ୍ବନ୍ଧିତ ଖବର