ନୂଆଦିଲ୍ଲୀ : ଆମେରିକାର ନିଉଜ୍ ମାଗାଜିନ୍ ଟାଇମ୍ ମେ’ ୨୦, ୨୦୧୯ ସଂସ୍କରଣର କଭର ପେଜ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଏକ ପ୍ରଚ୍ଛଦ ପ୍ରସଙ୍ଗ ପ୍ରକାଶ କରିଛି। ଏହାର ପ୍ରଚ୍ଛଦରେ .ମୋଦୀଙ୍କ ଫଟୋ ରହିଛି ଓ ଫଟୋ ସହ ଏକ ବିବାଦୀୟ ଶୀର୍ଷକ ମଧ୍ୟ ଲେଖା ଯାଇଥିବା ଦେଖିବାକୁ ମିଳିଛି । ଫଟୋ ସହ ଶୀର୍ଷକ ରହିଛି- ଇଣ୍ଡିଆଜ୍ ଡିଭାଇଡର ଇନ୍ ଚିଫ୍ । ଏଭଳି ଶୀର୍ଷକ ରଖି ମୋଦୀ ଭାରତକୁ ଭାଗ ଭାଗ କରି ଦେଇଛନ୍ତି ବୋଲି କହିବାକୁ ଚେଷ୍ଟା କରାଯାଇଛି ।
ଟାଇମ୍ ପତ୍ରିକାର ଏସିଆ ସଂସ୍କରଣରେ ୨୦୧୯ର ଲୋକସଭା ନିର୍ବାଚନ ଏବଂ ଗତ ୫ବର୍ଷ ମଧ୍ୟରେ ମୋଦୀ ସରକାରଙ୍କ କାର୍ଯ୍ୟକଳାପକୁ ନେଇ ଖବର ଛପା ଯାଇଛି । ଖବର ସହ ଲୋକମାନଙ୍କୁ ପ୍ରଶ୍ନ ପଚାରି, କ’ଣ ଦୁନିଆର ସବୁଠାରୁ ବଡ଼ ଲୋକତନ୍ତ୍ରକୁ ଆହୁରି ୫ବର୍ଷ ମୋଦୀ ସରକାରଙ୍କ ରାଜ୍ ସହିବାକୁ ହେବ ବୋଲି ଲେଖାଯାଇଛି ।
TIME’s new international cover: Can the world’s largest democracy endure another five years of a Modi government? https://t.co/oIbmacH9MSpic.twitter.com/IqJFeEaaNW
— TIME (@TIME) May 9, 2019
ଟାଇମ୍ ମାଗାଜିନ୍ ଲେଖିଛି କି, ୫ବର୍ଷ ମଧ୍ୟରେ ମୋଦୀ ଭାରତକୁ ଭାଗ ଭାଗ କରି ଦେଇଛନ୍ତି । ଲୋକେ ତାଙ୍କ ପାଇଁ ପରସ୍ପର ସହ ଲଢ଼ିବା ଆରମ୍ଭ କରିଛନ୍ତି । ତେବେ ଏହାକୁ ଏବେ ପ୍ରକାଶ କରାଯାଇ ନ ଥିବା ବେଳେ ନିଜ େଓ୍ଵବ୍ସାଇଟ୍ରେ ମାଗାଜିନ୍ ତରଫରୁ କଭର ଫଟୋ ଜାରି କରାଯାଇଛି ।