ଟାଇମ୍ ମ‌ାଗାଜିନ୍‌ର ଶ୍ରେଷ୍ଠ ୨୫ ପ୍ରଭାବଶାଳୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୩ ଭାରତୀୟ ବଂଶୋଦ୍ଭବ

ହୋଷ୍ଟନ୍‌: ଟାଇମ୍‌ ମାଗାଜିନ୍‌ର ୨୦୧୮ ବର୍ଷ ପାଇଁ ପ୍ରକାଶିତ ଶ୍ରେଷ୍ଠ ୨୫ ପ୍ରଭାବଶାଳୀ ଛାତ୍ରଛାତ୍ରୀ ତାଲିକାରେ ୩ ଜଣ ଭାରତୀୟ ବଂ‌ଶୋଦ୍ଭବ ଅଛନ୍ତି। ଭାରତୀୟ ବଂଶୋଦ୍ଭବ ଆମେରିକୀୟ କାବ୍ୟା କୋପ୍ପାରାପୁ, ରିଷବ୍‌ ଜୈନ ଏବଂ ବ୍ରିଟିଶ- ଭାରତୀୟ ଛାତ୍ରୀ ଅମିକା ଜର୍ଜ‌୍ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ୧୪ ବର୍ଷୀୟ ରିଷବ୍‌ ଏକ ଆଲଗୋରିଦମ୍‌ ବିକାଶ କରିଛନ୍ତି ଯାହା ଅଗ୍ନାଶୟ କର୍କଟ ରୋଗର ଚିକିତ୍ସା କ୍ଷେତ୍ରରେ କାମ ଦେବ। ୧୮ ବର୍ଷୀୟା କାବ୍ୟା କୋପ୍ପାରାପୁ ଏକ ଡିପ୍‌-ଲର୍ଣ୍ଣିଂ କମ୍ପ୍ୟୁଟର ସିଷ୍ଟମ୍‌ ଆରମ୍ଭ କରିଛନ୍ତି, ଯାହା ମସ୍ତିଷ୍କ କର୍କଟ ରୋଗୀଙ୍କ କାମରେ ଆସିବ।

ସମ୍ବନ୍ଧିତ ଖବର