ସ୍ୱର ବଦଳାଇଲା ଟାଇମ୍ ମାଗାଜିନ : ମୋଦି ଯେଭଳି ଭାରତକୁ ଏକଜୁଟ କରିଛନ୍ତି, ସେଭଳି କୌଣସି ପ୍ରଧାନମନ୍ତ୍ରୀ କରିନାହାନ୍ତି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଡିଭାଇଡର ଇନ ଚିଫ ବା ମୁଖ୍ୟ ବିଭାଜନକାରୀ କହିଥିବା ଅନ୍ତରାଷ୍ଟ୍ରୀୟ ମାଗାଜିନ ଟାଇମ ଏବେ ଏହାର ସ୍ୱର ବଦଳାଇଛି | ନିର୍ବାଚନରେ ମୋଦିଙ୍କ ଦମଦାର ବିଜୟ ପରେ ଟାଇମ ମାଗାଜିନ ମୋଦିଙ୍କୁ ସମର୍ଥନ କରି ଏକ ରିପୋର୍ଟ ପ୍ରକାଶ କରିଛି | ଏବେ ଟାଇମ ମାଗାଜିନ ଲେଖିଛି ଯେ ମୋଦି ଯେଭଳି ଭାରତକୁ ଏକଜୁଟ କରିଛନ୍ତି, ସେଭଳି କୌଣସି ପ୍ରଧାନମନ୍ତ୍ରୀ କରିନାହାନ୍ତି | ସଦ୍ୟ ପ୍ରକାଶ ପାଇଥିବା ଏହି ରିପୋର୍ଟରେ ଲେଖାଯାଇଛି ଯେ ମୋଦିଙ୍କ ନୀତିକୁ ସମାଲୋଚନା କରାଯାଉଥିଲେ ବି ନିଜ କାର୍ଯ୍ୟକାଳ ସମୟରେ ସେ ଭାରତୀୟ ଭୋଟରଙ୍କୁ ଯେଭଳି ଏକତ୍ରିତ କରିଛନ୍ତି ୫ ଦଶକ ମଧ୍ୟରେ ସେଭଳି କେହି କରିନାହାଁନ୍ତି |
News Nation
ସେହିଭଳି ଏଥିରେ ଲେଖାଯାଇଛି ଯେ ମୋଦି ସାମାଜିକ ଭାବରେ ପ୍ରଗତିଶୀଳ ନୀତି ଦ୍ୱାରା ସମସ୍ତ ଭାରତୀୟଙ୍କୁ ଦାରିଦ୍ୟରୁ ମୁକୁଳାଇବାର ପ୍ରୟାସ କରିଛନ୍ତି | ଏଥିରେ ହିନ୍ଦୁଙ୍କ ସହ ଅନ୍ୟ ଧର୍ମର ଲୋକ ମଧ୍ୟ ସାମିଲ ଅଛନ୍ତି, ଯାହାକି ଅନ୍ୟ ସରକାର ତୁଳନାରେ ବହୁତ ଶୀଘ୍ର ହୋଇଛି | ଏଠାରେ ସୂଚନା ଥାଉ କି ମେ ୧୦ତାରିଖରେ ଟାଇମ ମାଗାଜିନର ପ୍ରଚ୍ଛଦ ପ୍ରସଙ୍ଗରେ ଲେଖାଯାଇଥିଲା ଯେ ଦେଶକୁ ବିଭାଜନ କରିବାରେ ମୋଦି ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।
ସମ୍ବନ୍ଧିତ ଖବର