ନୂଆଦିଲ୍ଲୀ : ଜମ୍ମୁ କଶ୍ମୀର ଏବଂ ପୂର୍ବୋତ୍ତର ରାଜ୍ୟରେ ଲାଗୁ ହୋଇଥିବା ସଶସ୍ତ୍ର ବାହିନୀ ବିଶେଷ ଅଧିକାର ଆଇନ (ଅଫପ୍ସା) ନେଇ ପୁନର୍ବିଚାର କରିବାର ସମୟ ଆସିନାହିଁ ଏବଂ ଏହି ଆଇନ ପୂର୍ବଭଳି ଯଥାରୀତି କାର୍ଯ୍ୟ କରିବ ବୋଲି ସେନାମୁଖ୍ୟ ବିପିନ ରାଓ୍ଵତ କହିଛନ୍ତି। ଏହି ଆଇନ ପ୍ରତ୍ୟାହାରର କୌଣସି ସମ୍ଭାବନା ନାହିଁ ବୋଲି ରାଓ୍ଵତ ସ୍ପଷ୍ଟ କରିଛନ୍ତି। କଶ୍ମୀରର ବର୍ତ୍ତମାନ ସ୍ଥିତି ସଂପର୍କରେ ସେନାର ଆଭିମୁଖ୍ୟ ସ୍ପଷ୍ଟ କରି ରାଓ୍ଵତ ଏହା କହିଛନ୍ତି। ଅଫପ୍୍ସା ଆଇନ ଆରମ୍ଭରୁ ଅନେକ ବିବାଦ ଘେରରେ ରହିଥିଲେ ମଧ୍ୟ ଆତଙ୍କବାଦ ଉପଦ୍ରୁତ ଅଂଚଳରେ ଏହି ଆଇନ ଏକ ଜରୁରୀ ଆବଶ୍ୟକତା ହୋଇପଡ଼ିଛି। ଜମ୍ମୁ କଶ୍ମୀରରେ ବିଜେପି-ପିଡିପି ମେଣ୍ଟ ସରକାର ରହିଥିଲେ ମଧ୍ୟ ଅଫପ୍୍ସା ହଟାଇବା ନେଇ ପିଡିପି ଦାବି କରି ଆସୁଛି। ଅନ୍ୟ ବିରୋଧୀ ଦଳଗୁଡ଼ିକ ମଧ୍ୟ ଏ ବାବଦ ଦାବି କରି କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରୁଛନ୍ତି। ତେବେ ସେନାଧ୍ୟକ୍ଷ ବିପିନ ରାଓ୍ଵତଙ୍କ ବୟାନ ପରେ ଅଫପ୍୍ସାକୁ ନେଇ ଜାରି ରହିଥିବା ଚର୍ଚ୍ଚାର ଅବସାନ ଘଟିବ ବୋଲି କୁହାଯାଉଛି । କଶ୍ମୀରରେ ସର୍ବାଧିକ ହିଂସାଗ୍ରସ୍ତ ଅଂଚଳରେ ମଧ୍ୟ ମାନବାଧିକାର ସୁରକ୍ଷା ପାଇଁ ସେନା ଯଥେଷ୍ଟ ସତର୍କତାର ସହ କାର୍ଯ୍ୟ କରୁଛି ବୋଲି ରାଓ୍ଵତ ସୂଚନା ଦେଇଛନ୍ତି।
ଅଫପ୍ସା ନେଇ ପୁନର୍ବିଚାର ସମୟ ଆସିନାହିଁ: ସେନାମୁଖ୍ୟ
/sambad/media/post_attachments/wp-content/uploads/2017/12/bipin-rawat.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)