ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସର ସମୟ ବଦଳିଲା

ନୂଆଦିଲ୍ଲୀ : ନୂଆଦିଲ୍ଲୀରୁ ଭୁବନେଶ୍ବର ମଧ୍ୟରେ ଚଳାଚଳ କରୁଥିବା ରାଜଧାନୀ ଏକ୍ସପ୍ରେସ ଜାନୁଆରି ୯ ତାରିଖରୁ ନୂଆ ସମୟ ଅନୁସାରେ ଯାତ୍ରା କରିବ। ବଦଳା ଯାଇଥିବା ସମୟ ଅନୁଯାୟୀ ପୂର୍ବ ତୁଳନାରେ ଟ୍ରେନ୍‌ ୪୦ ମିନିଟ କମ୍ ସମୟରେ ଯାତ୍ରା ପୂରା କରିବ।

ଜାନୁୟାରି ୯ରୁ ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ (୦୨୮୫୫/୦୨୮୫୬) ଟ୍ରେନ୍ ଭୂବନେଶ୍ବରରୁ ପ୍ରତ୍ୟେକ ଶନିବାର ସକାଳ ୭.୧୦ ମିନିଟ୍ ପରିବର୍ତ୍ତେ ସକାଳ ୭.୧୫ ମିନିଟରୁ ଗଡିବ। ଅପରପକ୍ଷେ ନୂଆଦିଲ୍ଲୀରୁ ପ୍ରତ୍ୟେକ ରବିବାର ସଂନ୍ଧ୍ୟା ୦୫.୦୫ ମିନିଟ ବଦଳରେ ସଂନ୍ଧ୍ୟା ୫ଟାରେ ଯାତ୍ରା କରିବ। ୧୦ ଜାନୁୟାରୀରୁ ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ (୦୨୮୨୫/୦୨୮୨୬) ପ୍ରତ୍ୟେକ ବୁଧୁବାର ଏବଂ ଶନିବାରରେ ପୂର୍ବାହ୍ନ ୧୧.୩୫ ସମୟ ପରିବର୍ତ୍ତେ ପୂର୍ବାହ୍ନ ୧୦.୩୫ ମିନିଟରେ ଭୁବନେଶ୍ବରରୁ ଛାଡ଼ିବ। ନୂଆଦିଲ୍ଲୀରୁ ପ୍ରତ୍ୟେକ ସୋମବାର ଏବଂ ଶୁକ୍ରବାର ସଂନ୍ଧ୍ୟାରେ ୦୫.୦୫ ସମୟ ପରିବର୍ତ୍ତେ ୫ଟା ବେଳେ ପ୍ରସ୍ଥାନ କରିବ। ଭୂବନେଶ୍ବର-ନୂଆଦିଲ୍ଲୀ ଏକ୍ସପ୍ରେସ୍ (୦୨୮୨୩-୦୨୮୨୪) ଜାନୁୟାରୀ ୧୧ରୁ ଭୁବନେଶ୍ବରରୁ ପ୍ରତ୍ୟେକ ସୋମବାର, ମଙ୍ଗଳବାର, ଗୁରୁବାର ଓ ଶୁକ୍ରବାର ଦିନ ସକାଳ ୦୯.୩୦ ମିନିଟରେ ପ୍ରସ୍ଥାନ କରିବ। ନୂଆଦିଲ୍ଲୀରୁ ଏହି ଟ୍ରେନ୍‌ ପ୍ରତ୍ୟେକ ମଙ୍ଗଳବାର ବୁଧବାର, ଗୁରୁବାର ଓ ଶନିବାରକୁ ସଂନ୍ଧ୍ୟା ୦୫.୦୫ ମିନିଟ ପରିବର୍ତ୍ତେ ସଂନ୍ଧ୍ୟା ୫ଟାରେ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବ।

ସମ୍ବନ୍ଧିତ ଖବର