ପିଏଫଆଇକୁ ନିଷିଦ୍ଧ କରିବାର ସମୟ ଆସିଛି : ସର୍ବଧର୍ମ ସମ୍ମିଳନୀରେ ସଂକଳ୍ପ

କେତେକ ସଂଗଠନ ଧର୍ମ ନାଁରେ ଦେଶରେ ବିବାଦ ସୃଷ୍ଟି କରୁଛନ୍ତି : ଡୋଭାଲ

ନୂଆଦିଲ୍ଲୀ : ପପୁଲାର ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ (ପିଏଫଆଇ) ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମୟ ଆସିଯାଇଛି ବୋଲି ଆଜି ଅନୁଷ୍ଠିତ ସର୍ବଧର୍ମ ସମ୍ମିଳନୀରେ ମତ ପ୍ରକାଶ ପାଇଛି ।

ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ସମ୍ମିଳନୀରେ ବିଭିନ୍ନ ଧର୍ମ ଓ ସଂପ୍ରଦାୟର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏହି ସମ୍ମିଳନୀରେ ରାଷ୍ଟ୍ରବିରୋଧୀ କାର୍ଯ୍ୟରେ ଲିପ୍ତ ସଂଗଠନ ପିଏଫଆଇ ଓ ଅନ୍ୟ ସଂଗଠନଗୁଡ଼କୁ ନିଷିଦ୍ଧ କରିବାକୁ ସଂକଳ୍ପ ଗୃହୀତ ହୋଇଛି ।

ଏହି ଅବସରରେ ଡୋଭାଲ କହିଛନ୍ତି ଯେ, କେତେକ ସଂଗଠନ ଦେଶରେ ଧର୍ମ ନାଁରେ ସଂଘର୍ଷ ସୃଷ୍ଚି କରିବାକୁ ଉଦ୍ୟମ କରୁଛନ୍ତି । ସେମାନେ ଏପରି ଏକ ବାତାବରଣ ସୃଷ୍ଟି କରୁଛନ୍ତି ଯଦ୍ବାରା ଦେଶର ପ୍ରଗତି ବ୍ୟାହତ ହେଉଛି। ଏହା ସାରା ଦେଶକିୁ ପ୍ରଭାବିତ କରୁଛି ।

ଅଲ ଇଣ୍ଡିଆ ସୁଫି ସାଜାଦାନାସିନ କାଉନସିଲ ପକ୍ଷରୁ ଏହି ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏହି ଅବସରରେ ସୁଫି ନେତା ସୟଦ ନାସିରୁଦ୍ଦିନ ଚିସ୍ତି କହିଛନ୍ତି ଯେ ମୌଳବାଦୀ ସଂଗଠନଗୁଡ଼ିକୁ ନିଷିଦ୍ଧ କରାଯିବା ଉଚିତ । ଯଦି କୌଣସି ପିଏଫଆଇ ପରି ମୌଳବାଦୀ ସଂଗଠନ ବିରୋଧରେ ପ୍ରମାଣ ରହିଛି ତାକୁ ନିଷିଦ୍ଧ କରାଯାଉ ।

ସୂଚନାଯୋଗ୍ୟ ଯେ, ବିଗତ କିଛି ବର୍ଷ ଧରି ଦେଶରେ ହୋଇଥିବା କେତେକ ଆତଙ୍କବାଦୀ କାର୍ଯ୍ୟକଳାପ ପଛରେ ପିଏଫଆଇର ହାତ ଥିବା ଜଣାପଡ଼ିଛି । ଏହା ପରେ ପିଏଫଆଇକୁ ନିଷିଦ୍ଧ କରିବାକୁ ଦାବି ହେଉଛି ।

ସମ୍ବନ୍ଧିତ ଖବର