୩ ବର୍ଷ ତଳେ ଥିଲା ଅଭାବ, ଏବେ ୧୦୦ରୁ ଅଧିକ ଦେଶକୁ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ ରପ୍ତାନି କରୁଛି ଭାରତ

ନୂଆଦିଲ୍ଲୀ : ଭାରତକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । କିଛି ବର୍ଷ ତଳେ ଯେଉଁ ଜିନିଷର ଅଭାବ ଭାରତରେ ଥିଲା ଏବେ ସେହି ଜିନିଷର ରପ୍ତାନି ଆରମ୍ଭ କରିଛି ଭାରତ । ପୂର୍ବରୁ ଭାରତର ସେନା ଓ ଅର୍ଦ୍ଧସାମରିକ ବଳ ପାଇଁ ପର୍ଯ୍ୟାପ୍ତ ପରିମାଣରେ ବୁଲେଟ ପ୍ରୁଫ୍‌ ଜ୍ୟାକେଟ୍‌ ମିଳି ପାରୁ ନଥିଲା । କିନ୍ତୁ ୩ ବର୍ଷ ମଧ୍ୟରେ ଭାରତ ପୂରା ସ୍ଥିତିକୁ ବଦଳାଇବାରେ ସଫଳ ହୋଇଛି । ଏବେ ୧୦୦ଟି ଦେଶକୁ ଭାରତ ବୁଲେଟ ପ୍ରୁଫ୍‌ ଜ୍ୟାକେଟ୍‌ ରପ୍ତାନି କରୁଥିବା ନେଇ କହିଛନ୍ତି ଖାଦ୍ୟ ଓ ଉପଭୋକ୍ତା ମନ୍ତ୍ରୀ ରାମ ବିଲାସ ପାଶଓ୍ଵନ ।

साल 2018 में आया नेशनल स्‍टैंडर्ड
oneindia.com

ଆମେରିକା, ଜର୍ମାନୀ ଓ ୟୁକେ ପରେ ଭାରତ ବୁଲେଟ ପ୍ରୁଫ୍‌ ଜ୍ୟାକେଟ୍‌ ରପ୍ତାନି କରିବାରେ ଚତୁର୍ଥ ଦେଶ ପାଲଟିଛି । ଭାରତରେ ପ୍ରସ୍ତୁତ ହେଉଥିବା ବୁଲେଟ ପ୍ରୁଫ୍‌ ଜ୍ୟାକେଟ୍‌ର ଚାହିଦା ଦିନକୁ ଦିନ ବଢ଼ିବା ସହ ଏହା ଉପରେ ଅନ୍ୟ ଦେଶର ବିଶ୍ୱାସ ସୁଦୃଢ଼ ହେଉଛି । ରପ୍ତାନି କରାଯାଉଥିବା ଜ୍ୟାକେଟ୍‌ ଦ୍ୱାରା ଯବାନମାନଙ୍କୁ ୩୬୦ଡିଗ୍ରି ସୁରକ୍ଷା ମିଳୁଥିବା କହିଛି ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡସ୍‌ । ରପ୍ତାନି କରାଯାଉଥିବା ଜ୍ୟାକେଟ୍‌କୁ ମେକ୍‌ ଇନ୍‌ ଇଣ୍ଡିଆ ଅଭିଯାନ ଅଧିନରେ ନିର୍ମାଣ କରାଯାଉଥିବା ନେଇ କହିଛନ୍ତି ରାମ ବିଲାସ ପାଶଓ୍ଵନ ।

ସମ୍ବନ୍ଧିତ ଖବର