୧୩୭୭ କୋଟିରେ ବିକ୍ରି ହେଲା ପ୍ରସିଦ୍ଧ ଟାଇମ୍‌ ମାଗାଜିନ୍‌, ଜାଣନ୍ତୁ ଏବେ ଏହାର ନୂଆ ମାଲିକ କିଏ?

ନୂଆଦିଲ୍ଲୀ : ବିକ୍ରି ହେଲା ପ୍ରସିଦ୍ଧ ଟାଇମ୍‌ ମାଗାଜିନ୍‌ । ୧୩୭୭କୋଟି ଟଙ୍କାରେ ଏହାର ମାଲିକ ମେରେଡିିଥ୍‌ କର୍ପ ସେଲ୍ସଫୋର୍ସର ସହ-ସଂସ୍ଥାପକ ମାର୍କ ବେନିହୋଫ୍‌ ଏବଂ ତାଙ୍କ ସ୍ତ୍ରୀଙ୍କୁ ବିକ୍ରି କରିଥିବା ଜଣାପଡ଼ିଛି । ରବିବାର ମେରେଡିିଥ୍‌ ଏହି ଘୋଷଣା କରିଥିବା ବେଳେ ସେଲ୍ସଫୋର୍ସର ୪ଜଣ ସହ ସଂସ୍ଥାପକଙ୍କ ମଧ୍ୟରୁ ସେ ବେନିହୋଫ୍‌ଙ୍କୁ ଟାଇମ୍‌ ମାଗାଜିନ୍‌ ବିକ୍ରି କରିଥିବାର ସୂଚନା ଦେଇଥିଲେ । ଏହା ସହ ବେନିହୋଫ୍‌ ଦମ୍ପତି ଟାଇମ୍‌ ମାଗାଜିନ୍‌ର ପ୍ରତିଦିନର କାମ ଏବଂ ମାଗାଜିନ୍‌ ସହ ଜଡ଼ିତ କୌଣସି ନିଷ୍ପତ୍ତିି ନେବେ ନାହିଁ । ଏହାର ନିଷ୍ପତ୍ତିି ବର୍ତ୍ତମାନ ଟାଇମ୍‌ ମାଗାଜିନ୍‌ରେ ଥିବା ପରିଚାଳନା ବୋର୍ଡ଼ ନେବ ।

Free Press Journal

ନିଜ କମ୍ପାନି ପାଇଁ ମାର୍କ ବେନିହୋଫ୍‌ ଏବଂ ଲାଇନି ବେନିହୋଫ୍‌ଙ୍କ ଭଳି ଆଗ୍ରହୀ କ୍ରେତା ପାଇ ମୁଁ ଖୁସି ବୋଲି ମେରେଡ଼ିଥ୍‌ କହିଛନ୍ତି । ୯୦ବର୍ଷ ଧରି ଟାଇମ୍‌ ସବୁଠାରୁ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଘଟଣାବଳିକୁ ନେଇ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇ ପାରିଥିଲା । ଟାଇମ୍‌ ମାଗାଜିନ୍‌ ବିକ୍ରି ପରେ ଏବେ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଛି । ସାରା ବିଶ୍ୱରେ ଟାଇମ୍‌ ମାଗାଜିନ୍‌ର ପ୍ରଭାବ କେତେ ତାହା ସମସ୍ତଙ୍କୁ ଜଣା ଓ ଏଭଳି ଗୋଟେ କମ୍ପାନିକୁ କିଣିବା ଭାଗ୍ୟର କଥା ବୋଲି କହିଛନ୍ତି ମାର୍କ ବେନିହୋଫ୍‌ ।

ସମ୍ବନ୍ଧିତ ଖବର