ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଭାରତର ମୁଖ୍ୟ ବିଭାଜନକାରୀ’ ଦର୍ଶାଇ ଏହି ଶୀର୍ଷକରେ କଭର୍ ଷ୍ଟୋରି ଛାପିଥିବା ଅନ୍ତର୍ଜାତୀୟ ପତ୍ରିକା ‘ଟାଇମ୍’ ଏବେ ସଂପୂର୍ଣ୍ଣ ୟୁ-ଟର୍ଣ୍ଣ ନେଇଛି। ନିର୍ବାଚନରେ ମୋଦୀଙ୍କ ବିପୁଳ ବିଜୟ ପରେ ଏହି ପତ୍ରିକା ମୋଦୀଙ୍କ ପ୍ରଶଂସାରେ ଶତମୁଖ ହୋଇ ତାଙ୍କୁ ‘ଭାରତୀୟ ଏକତାର ସୂତ୍ରଧର’ ବୋଲି କହିଛି। ଏହି ଶୀର୍ଷକରେ ଟାଇମ୍ ୱେବ୍ସାଇଟ୍ରେ ପ୍ରକାଶିତ ହୋଇଥିବା ପ୍ରବନ୍ଧ ଏବେ ଚର୍ଚ୍ଚାରେ ରହିଛି। ଏହି ପ୍ରବନ୍ଧ ଟାଇମ୍ର ୧୦ ମେ ପ୍ରବନ୍ଧର ସଂପୂର୍ଣ୍ଣ ଓଲଟା ହୋଇଥିବା ବେଳେ ଏହାର ଶୀର୍ଷକ ରହିଛି- ‘ମୋଦୀ ହେଜ୍ ୟୁନାଇଟେଡ ଇଣ୍ଡିଆ ଲାଇକ୍ ନୋ ପ୍ରାଇମ୍ ମିନିଷ୍ଟର ଇନ୍ ଡେକେଡ୍ସ।’ । ଯାହାର ଅର୍ଥ ହେଉଛି ‘ମୋଦୀ ଭାରତକୁ ଏଭଳି ଏକଜୁଟ୍ କରିଛନ୍ତି ଯାହାକି ଅନେକ ଦଶନ୍ଧି ମଧ୍ୟରେ କୌଣସି ପ୍ରଧାନମନ୍ତ୍ରୀ କରିପାରି ନାହାନ୍ତି।’ ଏହି ପ୍ରବନ୍ଧକୁ ମନୋଜ ଲଡୱା ଲେଖିଛନ୍ତି, ଯିଏକି ୨୦୧୪ ଲୋକସଭା ନିର୍ବାଚନ ସମୟରେ ‘ନରେନ୍ଦ୍ର ମୋଦୀ ଫର୍ ପିଏମ୍’ ଅଭିଯାନ ଚଳାଇଥିଲେ।
ଟାଇମ୍ ମ୍ୟାଗାଜିନ୍ର ୟୁ-ଟର୍ଣ୍ଣ ମୋଦୀଙ୍କୁ ‘ଭାରତୀୟ ଏକତାର ସୂତ୍ରଧର’ ଦର୍ଶାଇଲା
/sambad/media/post_attachments/wp-content/uploads/2019/05/modi-divider-in-chief-united-in-chief.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)