କେରଳରେ ବାମମେଣ୍ଟ, ପୁଡୁଚେରୀରେ ଏନଡିଏ : ଟାଇମ୍ସ ନାଓ-ସି’ ଭୋଟର ସର୍ଭେ

ନୂଆଦିଲ୍ଲୀ : କେରଳରେ ବର୍ତ୍ତମାନ ଶାସନ କରୁଥିବା ଏଲଡିଏଫ ( ବାମ ଗଣତାନ୍ତ୍ରିକ ସାମୁଖ୍ୟ) ପୁଣି କ୍ଷମତାକୁ ଫେରିବ ବୋଲି  ଟାଇମ୍ସ ନାଓ-ସି ଭୋଟର ପକ୍ଷରୁ କରାଯାଇଥିବା ମତାମତ ସର୍ଭେରେ ପୂର୍ବାନୁମାନ କରାଯାଇଛି । ତେବେ ଏଥର ବାମ ମେଣ୍ଟ ୭୭ ଟି ଆସନରେ ବିଜୟ ଲାଭ କରିବ ଯାହାକି ଗତ ଥର ତୁଳନାରେ ୧୪ଟି କମ । ବାମ ମେଣ୍ଟର ମୁଖ୍ୟ ପ୍ରତିଦ୍ବନ୍ଦୀ କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ ବା ୟୁନାଇଟେଡ୍ ଡେମୋକ୍ରାଟିକ ଫ୍ରଣ୍ଟ ୬୨ଟି ଆସନ ଜିତିବାର ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ପୁଡୁଚେରୀ ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ସାମୁଖ୍ୟ (ଏନଡିଏ) ବିପୁଳ ବିଜୟ ହାସଲ କରିବ ବୋଲି ଟାଇମ୍ସ ନାଓ-ସି ଭୋଟର ପକ୍ଷରୁ କରାଯାଇଥିବା ମତାମତ ସର୍ଭେରୁ ଜଣାପଡ଼ିଛି । ସେହିପରି କେରଳରେ ବାମ ମେଣ୍ଟ ପୁଣି ସରକାରକୁ ଫେରିବ ବୋଲି ଏହି ସର୍ଭେରେ କୁହାଯାଇଛି ।

ଟାଇମ୍ସ ନାଓ-ସି ଭୋଟର ସର୍ଭେରେ କୁହାଯାଇଛି ଯେ ପୁଡୁଚେରୀର ମୋଟ ୩୦ଟି ଆସନରୁ ଏନଡିଏ ୨୧ଟି ଆସନରେ ବିଜୟ ଲାଭ କରି ସରକାର ଗଢିବାର ସମ୍ଭାବନା ରହିଛି । ସେହିପରି ୟୁପିଏ ମାତ୍ର ୯ଟି ଆସନରେ ବିଜୟ ଲାଭ କରିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର