ପଶ୍ଚିମବଙ୍ଗରେ ପୁଣି ମମତା, ଆସାମରେ ଏନଡିଏ, ତାମିଲନାଡୁରେ ୟୁପିଏ : ଟାଇମ୍ସ ନାଓ-ସି’ଭୋଟର ସର୍ଭେ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ପୁଣି କ୍ଷମତାକୁ ଫେରିବାର ସମ୍ଭବନା ରହିଛି । ତେବେ ଦଳର ଆସନ ସଂଖ୍ୟା ୧୬୦କୁ ଖସିଆସିବାର ସମ୍ଭାବନା ରହିଛି । ଗତ ଥର ମାତ୍ର ୩ଟି ଆସନ ଜିତିଥିବା ବିଜେପି ଏଥର ୧୧୨ଟି ଆସନ ଜିତିବାର ସମ୍ଭାବନା ରହିଛି ବୋଲି ବୋଲି ପୂର୍ବାନୁମାନ କରିଛି ଟାଇମ୍ସ ନାଓ-ସି ଭୋଟର ଜନମତ ସର୍ଭେ ।

ଅନ୍ୟପକ୍ଷରେ ଆସାମରେ ବିଜେପି ନେତୃତ୍ବାଧୀନ ଏନଡିଏ ପୁଣି କ୍ଷମତାକୁ ଫେରିବ । ତେବେ ୟୁପିଏ ଏନଡିଏକୁ କଡ଼ା ଟକ୍କର ଦେବ । ତାମିଲନାଡୁରେ ଏଆଇଏଡିଏମକେ ନେତୃତ୍ବାଧୀନ ଏନଡିଏ କ୍ଷମତା ହରାଇବ ବୋଲି ପୂର୍ବାନୁମାନ କରିଛି ଟାଇମ୍ସ ନାଓ-ସି ଭୋଟର ଜନମତ ସର୍ଭେ ।

ଏହି ଜନମତ ସର୍ଭେରେ କୁହାଯାଇଛି ଯେ, ଆସାମରେ ଏନଡିଏ ୬୫-୭୩ଟି ଆସନ ପାଇଁ ସରକାର ଗଢିବ । ୟୁପିଏ ୫୦ରୁ ୬୦ଟି ଆସନ ପାଇବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ତାମିଲନାଡ଼ୁରେ ଡିଏମକେ ନେତୃତ୍ବାଧୀନ ୟୁପିଏ ୧୭୭ଟି ଆସନ ପାଇ ସରକାର ଗଢିବ । ଏହି ମେଣ୍ଟ ଗତ ଥର ତୁଳନାରେ ୭୯ଟି ଅଧିକ ଆସନ ପାଇବ । ଏନଡିଏ ୪୯ଟି ଆସନ ପାଇବ, ଯାହାକି ଗତଥର ତୁଳନାରେ ୮୭ଟି କମ ।

କେରଳରେ ବାମ ମେଣ୍ଟ ୭୭ ଟି ଆସନରେ ବିଜୟ ଲାଭ କରି ସରକାର ଗଢିବ । ବାମ ମେଣ୍ଟର ମୁଖ୍ୟ ପ୍ରତିଦ୍ବନ୍ଦୀ କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ ବା ୟୁନାଇଟେଡ୍ ଡେମୋକ୍ରାଟିକ ଫ୍ରଣ୍ଟ ୬୨ଟି ଆସନ ଜିତିବାର ସମ୍ଭାବନା ରହିଛି । ସେହିପରି ପୁଡୁଚେରୀର ମୋଟ ୩୦ଟି ଆସନରୁ ଏନଡିଏ ୨୧ଟି ଆସନରେ ବିଜୟ ଲାଭ କରି ସରକାର ଗଢିବାର ସମ୍ଭାବନା ରହିଛି ।

 

ସମ୍ବନ୍ଧିତ ଖବର