ନୂଆଦିଲ୍ଲୀ: ତୱାଙ୍ଗ ସେକ୍ଟରରେ ସୀମା ସଂଘର୍ଷ ସଂକ୍ରାନ୍ତରେ ଟିପ୍ପଣୀ ରଖି ଅରୁଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ କହିଛନ୍ତି, ଏହା ଆଉ ୧୯୬୨ ମସିହା ହୋଇନାହିଁ। ସୀମା ଅତିକ୍ରମ କରିବାକୁ ଚେଷ୍ଟା କ‌ଲେ ଯଥୋଚିତ ଜବାବ ମିଳିବ । ପେମା ଖାଣ୍ଡୁ କହିଛନ୍ତି, ତୱାଙ୍ଗର ୟାଙ୍ଗସେ ମୋ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନରେ ଆସୁଛି ଏବଂ ପ୍ରତିବର୍ଷ ମୁଁ ଏହି ଅଞ୍ଚଳ‌ର ଗ୍ରାମବାସୀ ଏବଂ ଯବାନମାନଙ୍କୁ ଭେଟୁଛି। ଯଦି କେହି ଆମ ସୀମା ଅତିକ୍ରମ କରିବାକୁ ଚେଷ୍ଟା କରନ୍ତି ତେବେ ଆମ ‌ଯବାନ ସେମାନଙ୍କୁ କଡ଼ା ଜବାବ ଦେବେ ବୋଲି ଖାଣ୍ଡୁ ଏକ ଟ୍ବିଟ୍‌ କରି କହିଛନ୍ତି। ଉଲ୍ଲେଖଯୋଗ୍ୟ, ଅରୁଣାଚଳପ୍ରଦେଶର ତାୱଙ୍ଗ ସେକ୍ଟର ସ୍ଥିତ ୟାଙ୍ଗସେ ଅଞ୍ଚଳରେ ଗତ ସପ୍ତାହରେ ଭାରତ-ଚୀନ୍‌ ସେନା ମଧ୍ୟରେ ସଂଘର୍ଷ ହୋଇଥିଲା।