ଜୟପୁର:ଆଇଏଏସ୍ ଟିନା ଡାବି ଗତ କିଛି ମାସ ହେବ ଗର୍ଭବତୀ ଥିବାକୁ ନେଇ ଚର୍ଚ୍ଚାରେ ରହିଥିଲେ। ଏବେ ମା’ ବନିଛନ୍ତି ବହୁଚର୍ଚ୍ଚିତ ଆଇଏଏସ୍ ଅଧିକାରୀ ଟିନା ଡାବି। ଜୟପୁରର ଏକ ହସ୍ପିଟାଲରେ ତାଙ୍କର ପ୍ରଥମ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ଟିନା। ଘରକୁ କୁନି ଅତିଥି ଆସିବା ପରେ ତାଙ୍କୁ ଓ ତାଙ୍କ ପତି ଆଇଏଏସ୍ ଅଧିକାରୀ ସ୍ବାମୀ ପ୍ରଦୀପ ଗୱାଣ୍ଡେ ଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ। କିଛି ମାସ ତଳେ ସେ ତାଙ୍କର ପ୍ରଥମ ପିଲାର ମାଆ ବନିବାକୁ ଯାଉଥିବା କଥା ଜଣାଇଥିଲେ।
ମାତୃତ୍ବ ଛୁଟି ପୂର୍ବରୁ ଜୈସଲମେରରେ ରହି କରିଥିବା ସବୁ କାମର କିଛି ଫଟୋ ସେୟାର କରି ଟିନା ଲେଖିଥିଲ, “ଜୈସଲମେର…ଗୋଟିଏ ବର୍ଷ ପାଇଁ ଜିଲ୍ଲାପାଳ ଓ ମାଜିଷ୍ଟ୍ରେଟ ଭାବରେ ଏଭଳି ସୁନ୍ଦର ଜିଲ୍ଲା ପାଇଁ କାମ କରିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି। ମୁଁ ଆଜି ଜୈସଲମେରରୁ ଜ୍ଞାନର ଗନ୍ତାଘର ନେଇ ଚାଲିଯାଉଛି, ଯାହାକୁ ମୁଁ ସବୁଦିନ ସମ୍ଭାଳି ରଖିବି। ଏଠାରେ କାମ କରିବାର ଅନୁଭବ ମୋର ବହୁତ ଭଲ ଥିଲା। ମୁଁ ଏହି ସୁଯୋଗ ପାଇଥିବାରୁ ବହୁତ ଖୁସି।”