ଆମେରିକା ରାଷ୍ଟ୍ରପତି ନିର୍ବାଚନର ଦିନକ ପୂର୍ବରୁ ପୃଥିବୀକୁ ଧକ୍କା ଦେଇପାରେ ଗ୍ରହାଣୁପୁଞ୍ଜ; ନାସା କଲା ପୂର୍ବାନୁମାନ

ୱାଶିଂଟନ୍‌: ୨୦୨୦ ମସିହାରେ ପାଇଁ ଆଉ ଏକ ଦୁଃଖଦ ଖବର। ଆମେରିକୀୟ ମହାକାଶ ଗବେଷଣାକାରୀ ସଂସ୍ଥା ନାସା ପୂର୍ବାନୁମାନ କରି କହିଛି ଯେ ନଭେମ୍ବର ୩‌ରେ ହେବାକୁ ଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ପୃଥିବୀ ଆଡକୁ ଆସୁଥିବା ଏକ ଗ୍ରହାଣୁପୁଞ୍ଜ ପୃଥିବୀ ‌ଦେହରେ ଧକ୍କା ହେବାର ଆଶଙ୍କା ରହିଛି।

ଯଦିଓ ଏହି ଖବରଟି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରୁଛି, ମ‌ାତ୍ର ନାସା ଆଶ୍ବାସନା ଦେଇ କହିଛି କି ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ୨୦୧୮ଭିପିଆଇ ନାମକ ଏହି ଗ୍ରହାଣୁପୁଞ୍ଜ ପୃଥିବୀଠାରୁ ପ୍ରାୟ ୪୫୦୦୦୦୦ କିଲୋମିଟର ଦୂରରେ ରହିଛି। ଏହି ଗ୍ରହାଣୁପୁଞ୍ଜକୁ ପ୍ରଥମେ କାଲିଫର୍ଣ୍ଣିଆର ପାଲୋମାର ଅବଜରଭେଟୋରି ଦ୍ବାରା ୨୦୧୮ ମସିହାରେ ଆବିଷ୍କାର କରାଯାଇଥିଲା।

The Tribune

ନାସା ଦେଇଥିବା ସୂଚନା ମୁତାବକ, ଏହି ଗ୍ରହାଣୁପୁଞ୍ଜକୁ ୨ ବର୍ଷର କକ୍ଷପଥ ମିଳିଛି। ଏହା ପୁନର୍ବାର ପୃଥିବୀ ଆଡ଼କୁ ଗତି କରୁଛି। ଅନୁମାନ କରାଯାଉଛି ‌ଯେ ୨୦୧୮ଭିପିଆଇ ଗ୍ରହାଣୁପୁଞ୍ଜଟି ପୃଥିବୀଠାରୁ ୪,୯୯୪.୭୬ କିଲୋମିଟର୍‌ ନିକଟକୁ ପଳାଇ ଆସିବ। ଅର୍ଥାତ ଚଳିତବର୍ଷ ନଭେମ୍ବର ୨ ତାରିଖ ସୁଦ୍ଧା ପୃଥିବୀ ସହ ସାମାନ୍ୟ ମୁହାଁମୁହିଁ ହେବାର ସମ୍ଭାବନା ରହିଛି।

ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ଯଦି ବି ୨୦୧୮ଭିପିଆଇ ପୃଥିବୀକୁ ଧକ୍କା ଦିଏ, ଅଧିକ କ୍ଷତି ଘଟାଇବ ନାହିଁ କାରଣ ଏହାର ଆକାର ଏକ ଛୋଟ୍‌ କାର୍(୨ ମିଟର୍‌ ବା ୭ ଫୁଟ୍‌ ବ୍ୟାସ୍‌)‌ ପରି।

ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବେ ଏକ କାର୍ ଆକାରର ଗ୍ରହାଣୁପୁଞ୍ଜ ପୃଥିବୀର ନିକଟତର ହୋଇ ହଠାତ କେଉଁଆଡ଼େ ଉଭାନ ହୋଇ ଯାଇଥିଲା। ଗବେଷକମାନେ ଏ ନେଇ କୌଣସି ସୂଚନା ପାଇପାରିନଥିଲେ।

ସମ୍ବନ୍ଧିତ ଖବର