ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନରେ ଭୋଟ ହାତେଇବା ପାଇଁ ମାଧ୍ୟମ ପାଲଟିଛି ତିରୁପତି ଲଡ଼ୁ

ତିରୁପତି: ‘ଭୋଟ’ ରାଜନୀତିରେ ଭୋଟରଙ୍କୁ ଆକୃଷ୍ଟ କରି ସେମାନଙ୍କ ଭୋଟକୁ ହାତେଇବା ପାଇଁ ଏବେ ମାଧ୍ୟମ ପାଲଟିଛି ତିରୁପତି ଲଡ଼ୁ। ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ତିରୁପତି ଲଡ଼ୁ ବ୍ୟବହୃତ ହୋଇଥିବା ଦେଖିବା ପାଇଁ ମିଳିଛି।

ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାରେ ପଞ୍ଚୟେତ ନିର୍ବାଚନ କାଳରେ ରାଜନୈତିକ ଦଳଗୁଡିକ ଭୋଟରଙ୍କୁ ବାଲାଜୀ ତିରୁପତିଙ୍କ ଲଡ଼ୁ ପ୍ରଦାନ କରି ସେମାନଙ୍କ ଭୋଟ ହାତେଇବା ପାଇଁ ପ୍ରୟାସ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ଭକ୍ତଙ୍କ ଭାବାବେଗ ସହ ଜଡ଼ିତ ତିରୁପତି ଲଡ଼ୁ ଗ୍ରହଣ କରିବାକୁ ନା ମନା ପାରିପାରୁଛନ୍ତି ଭୋଟର ନା ପ୍ରସାଦ ଲଡ଼ୁ ସେବନ କରି ସାରିବା ପରେ ଭୋଟ ନ ଦେଇ ରହି ପାରୁଛନ୍ତି। ଚନ୍ଦ୍ରଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହିପରି ଲଡ଼ୁର ବ୍ୟାପକ ବଣ୍ଟନ ଚାଲିଛି।

ଅନ୍ୟପକ୍ଷରେ ଭୋଟ ରାଜନୀତିରେ ତରୁପତିଙ୍କ ଲଡ଼ୁ ବଣ୍ଟନ କିଛି ଭୋଟରଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଉ ଥିଲେ ସୁଦ୍ଧା ସେମାନେ ମୁହଁ ଖୋଲି କିଛି କହିପାରୁ ନାହାନ୍ତି।
ପ୍ରଭୁ ବାଲାଜୀ ଭେଙ୍କଟେଶ୍ୱର ମନ୍ଦିରର ପରିଚାଳନା କରୁଥିବା ତିରୁମାଲା ତିରୁପତି ଦେବସ୍ଥାନମ୍‌ ଭକ୍ତଙ୍କ ଦ୍ୱାରରେ ଲଡୁ ପ୍ରସାଦ ବିତରଣ କରିବାରେ ସକ୍ଷମ ହେଉ ନଥିବା ବେଳେ
ରାଜନୈତିକ ଦଳ ଗୁଡ଼ିକ ୨୦୦ ଟଙ୍କା ମୂଲ୍ୟର ୬୫୦ରୁ ୭୦୦ ଗ୍ରାମ ଓଜନା କଲ୍ୟାଣୋତ୍ସାମ ଲଡୁ ଯେତେବେଳେ ନିଜ ଘରେ ପାଇପାରୁଛନ୍ତି, ସେତେବେଳେ କିଏ ବା କାହିଁକି ଏହାକୁ ମନା କରିବ?

ସମ୍ବନ୍ଧିତ ଖବର