ଅମରାବତୀ: ତିରୁପତିସ୍ଥିତ ଗୋଟିଏ ଘରୋଇ ସ୍କୁଲ୍ର ଜଣେ ପୂର୍ବତନ ଇଂରାଜି ଶିକ୍ଷୟିତ୍ରୀ କର୍ମକ୍ଷେତ୍ରକୁ ପାଶ୍ଚାତ୍ୟ ପୋଷାକ ପିନ୍ଧି ଆସିଥିବା କାରଣରୁ ବହିଷ୍କୃତ ହୋଇଛନ୍ତି ବୋଲି କୁହାଯାଉଛି। ଏବେ ସେ ଶିକ୍ଷୟିତ୍ରୀ ନିଜର ଚାକିରି, ମର୍ଯ୍ୟାଦା ଓ ଆତ୍ମ ସମ୍ମାନ ଫେରି ପାଇବାକୁ ଆଇନର ଆଶ୍ରୟ ନେଇଛନ୍ତି।
୪୩ ବର୍ଷୀୟ ବେଉଲା ରାଣୀ ରାଓ୍ଵାଦା ଶ୍ରୀ ବିଦ୍ୟା ନିକେତନ ଇଣ୍ଟର୍ନେସ୍ନାଲ୍ ସ୍କୁଲ୍ରେ ୨୦୧୭ ମସିହା ସେପ୍ଟେମ୍ବର ୪ ତାରିଖରେ ନିଯୁକ୍ତି ପାଇଥିଲେ। ସେ ସ୍କୁଲ୍ ହେଉଛି ଜନପ୍ରିୟ ତେଲୁଗୁ ଅଭିନେତା ଓ ପ୍ରଯୋଜକ ଏମ୍ ମୋହନ ବାବୁଙ୍କ ଦ୍ୱାରା ପ୍ରତିଷ୍ଠିତ ଏବଂ ଅଧ୍ୟକ୍ଷତାରେ ପରିଚାଳିତ ଶିକ୍ଷାନୁଷ୍ଠାନ ମାଳାରୁ ଗୋଟିଏ। ତିନି ମାସ ଚାକିରି କରିଛନ୍ତି କି, ନାହିଁ ରାଓ୍ଵାଦାଙ୍କୁ ୨୦୧୭ ମସିହା ଡିସେମ୍ବର ୭, ତାରିଖ ୨୦୧୭ ମସିହାରେ ବହିଷ୍କାର ଆଦେଶ ଦିଆ ଗଲା।
ସେଥିରେ ଉଲ୍ଲେଖ ଥିଲା ଯେ ତାଙ୍କର ବେଶପୋଷାକ ସ୍କୁଲ୍ର ଧାରା ଉଲ୍ଲଂଘନ କରିବା ସହ ନିଯୁକ୍ତି ପତ୍ରର କ୍ଲଜ୍ ୧୧ ଓ ୧୩ ମଧ୍ୟ ଉଲ୍ଲଂଘନ କରୁଛି। ସେ ଫର୍ମାଲ୍ ଫୁଲ୍ ପ୍ୟାଣ୍ଟ୍ ଏବଂ ଫୁଲ୍ ହାତବାଲା ସାର୍ଟ ପିନ୍ଧି ସ୍କୁଲ୍କୁ ଆସୁଥିଲେ।
ସିଲାବସ୍ ସମ୍ପୂର୍ଣ୍ଣ ନ କରିବା ପାରିବା ମଧ୍ୟ ତାଙ୍କ ବିହଷ୍କାରର ଅନ୍ୟ ଏକ କାରଣ ବୋଲି ସେଥିରେ ଉଲ୍ଲେଖ କରାଯାଇଛି।
ସେ କିନ୍ତୁ ଅଭିଯୋଗ କରିଛନ୍ତି ଯେ ବହିଷ୍କାରକୁ ବଳିଷ୍ଠ କରାଇବାକୁ ଏ ପ୍ରସଙ୍ଗକୁ ଜୋରଜବରଦସ୍ତି ଏଥିରେ ମିଶା ଯାଇଛି। ଏଥିରେ ସେ ଖୁବ୍ ମର୍ମାହାତ। ସେ କହନ୍ତି: ଲିଖିତ ଆଦେଶ ଆସିବା ଆଗରୁ ଚେୟାର୍ମ୍ୟାନ୍ ମତେ ଡକାଇ ଥିଲେ। ଦଳେ ଲୋକଙ୍କ ଉପସ୍ଥିତିରେ ସେ ମତେ କହିଥିଲେ କି, ମୁଁ ଜଣେ ତେଲୁଗୁ ହୋଇଥିବାରୁ ପାଶ୍ଚାତ୍ୟ ପୋଷାକ ପିନ୍ଧିବା ଅନୁଚିତ।
କିନ୍ତୁ, ସ୍କୁଲ୍ରେ ଅନ୍ୟ ଏକ ଦେଶର ଜଣେ ଶିକ୍ଷୟିତ୍ରୀ ଅଛନ୍ତି ସେ ମଧ୍ୟ ପାଶ୍ଚାତ୍ୟ ପୋଷାକ ପିନ୍ଧନ୍ତି। କିନ୍ତୁ, ସେଥିରେ ମ୍ୟାନେଜ୍ମେଣ୍ଟ୍ର କିଛି ଅସୁବିଧା ହେଉନାହିଁ।
ରାଓ୍ଵାଦା ଜଣେ ଆଙ୍ଗ୍ଲୋ-ଇଣ୍ଡିଆନ୍ଙ୍କୁ ବିବାହ କରିଛନ୍ତି।