ଜୁନ ୮ରୁ ଖୋଲିବ ତିରୁପତି ମନ୍ଦିର

ତିରୁପତି : କରୋନା ସଂକ୍ରମଣ ଓ ଲକଡାଉନ ଯୋଗୁଁ ପ୍ରାୟ ୮୦ ଦିିନ ଧରି ବନ୍ଦ ରହିବା ପରେ ତିରୁପତିର ପ୍ରସିଦ୍ଧ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର ଆସନ୍ତା ଜୁନ ୮ରୁ ଖୋଲିବ । ଏ ସଂପର୍କରେ ଆଜି ଟିଟିଡି ଟ୍ରଷ୍ଟର ସଭାପତି ଓ୍ଵାଇଭି ସୁବାରାଓ ସୂଚନା ଦେଇଛନ୍ତି । ୮ ତାରିଖରୁ କେବଳ ପରୀକ୍ଷାମୂଳକ ଭିତ୍ତିରେ ଦର୍ଶନ ଆରମ୍ଭ ହେବ । ଦୈନିକ ସକାଳ ସାଢେ ୬ଟାରୁ ସାଢେ ୭ଟା ମଧ୍ୟରେ କେବଳ ୫୦୦ ଜଣ ଲୋକଙ୍କୁ ଦର୍ଶନର ସୁଯୋଗ ଦିଆଯିବ । ସେହିପରି ଜୁନ ୮ ଓ ୯ ତାରିଖରେ କେବଳ ତିରୁପତି ମନ୍ଦିରର କର୍ମଚାରୀମାନେ ଇଣ୍ଟ୍ରାନେଟ ମାଧ୍ୟମରେ ବୁକିଂ କରି ଦର୍ଶନ କରିପାରିବେ । କେନ୍ଦ୍ର ସରକାରଙ୍କ ନିୟମାନୁସାରେ ୧୦ ବର୍ଷରୁ କମ ଓ ୬୦ ବର୍ଷରୁ ଅଧିକ ବୟସର ଲୋକମାନଙ୍କୁ ଅନୁମତି ମିଳିବ ନାହିଁ । ଜୁନ ୧୦ରେ ତିରୁପତିର ସ୍ଥାନୀୟ ଲୋକମାନଙ୍କୁ ପାସ ଇସ୍ୟୁ କରାଯିବ ।

ସମ୍ବନ୍ଧିତ ଖବର