କରୋନା ଭାଇରସ ସଂକ୍ରମଣ, ତିରୁମାଲା ତିରୁପତି ମନ୍ଦିର ବନ୍ଦ

ହାଇଦ୍ରାବାଦ: କରୋନା ଭାଇରସ ସଂକ୍ରମଣକୁ ରୋକିବା ଏବଂ ନିୟନ୍ତ୍ରଣକୁ ଆଣିବା ଉଦ୍ଦେଶ୍ୟରେ ଆଜିଠୁ ତିରୁମାଲା ତିରୁପତି ମନ୍ଦିରକୁ ଭକ୍ତଙ୍କ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ଆଜି ‘ତିରୁମାଲା ତିରୁପତି ଦେବସ୍ଥାନମ୍‌ ବୋର୍ଡ’ର ଏକ ଜରୁରୀ ବୈଠକ ବସି ଏହି ନିଷ୍ପତ୍ତି ନିଆଯାଇଛି। ମହାରାଷ୍ଟ୍ରରୁ ଆସିଥିବା ଭକ୍ତମାନେ ଅସୁସ୍ଥ ହେବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ‘ତିରୁମାଲା ତିରୁପତି ଦେବସ୍ଥାନମ୍‌ ବୋର୍ଡ’ର ଅଧ୍ୟକ୍ଷ ୱାଇ.ଭି. ସୁବା ରେଡ୍ଡୀ କହିଛନ୍ତି। ଭକ୍ତମାନଙ୍କୁ ମନ୍ଦିର ନ ଆସିବାକୁ କିଛିଦିନ ପୂର୍ବେ ଅନୁରୋଧ କରାଯାଇଥିଲା। ତେବେ କରୋନା ପରିସ୍ଥିତି ଏବେ ଜଟିଳ ରୂପ ଧାରଣ କରିବା ପୂର୍ବରୁ ମନ୍ଦିରକୁ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସୁବା ରେଡ୍ଡୀ କହିଛନ୍ତି। ଆସନ୍ତାକାଲି (ଶୁକ୍ରବାର)ଠାରୁ ମନ୍ଦିରକୁ ବନ୍ଦ ରଖାଯିବ। ଆନ୍ଧ୍ର ପ୍ରଦେଶ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ ପରେ ମନ୍ଦିର ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସୁବାରେଡ୍ଡୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର