ନୂଆଦିଲ୍ଲୀ: ବିମାନ ବନ୍ଦର, ହୋଟେଲ୍, ଶିକ୍ଷାନୁଷ୍ଠାନ ପରେ ଏବେ ମନ୍ଦିରକୁ ବି ବୋମା ଧମକ ମିଳିବା ଆରମ୍ଭ ହୋଇଯାଇଛି। ତିରୁପତିରେ ଥିବା ଇସ୍କନ ମନ୍ଦିରକୁ ରବିବାର ଦିନ ବୋମା ଧମକ ମିଳିଥିବା ଅଭିଯୋଗ ହୋଇଛି।
ଆଇଏସ୍ଆଇଏସ୍ ଆତଙ୍କବାଦୀମାନେ ମନ୍ଦିରକୁ ଉଡ଼ାଇ ଦେବେ ବୋଲି ଏକ ଧମକପୂର୍ଣ୍ଣ ଇମେଲ୍ ପାଠାଇବା ପରେ ମନ୍ଦିର କର୍ତ୍ତୃପକ୍ଷ ପୁଲିସ ନିକଟରେ ଅଭିଯୋଗ କରିଥିଲେ।
ଅଭିଯୋଗ ପାଇବା ପରେ ତିରୁପତି ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଥିଲା। ପୁଲିସ୍ ମନ୍ଦିର ପରିସରରେ ସର୍ଚ୍ଚ କରି ମଧ୍ୟ କୌଣସି ସେଭଳି ଆପତ୍ତିଜନକ ସାମଗ୍ରୀ ମିଳିଲା ନାହିଁ।
ବିସ୍ଫୋରକ ସାମଗ୍ରୀ ଯାଞ୍ଚ କରିବା ପାଇଁ ସ୍ଥାନୀୟ ପୁଲିସକୁ ବୋମା ସ୍କ୍ବାଡ୍ ଏବଂ କୁକୁର ୟୁନିଟ ନେଇ ଯାଇଥିଲା। ତେବେ ମନ୍ଦିର ପରିସରରୁ କୌଣସି ବି ବିସ୍ଫୋରକ କିମ୍ବା ଅନ୍ୟ ଆପତ୍ତିଜନକ ଜିନିଷ ଉଦ୍ଧାର କରାଯାଇ ନାହିଁ।
ସର୍କଲ ଇନ୍ସପେକ୍ଟର ଶ୍ରୀନିବାସୁଲୁ ଏହି ଖବରକୁ ନିଶ୍ଚିତ କରିଛନ୍ତି। ତେବେ ଏହି ଧମକ ଦେଇଥିବା ବ୍ୟକ୍ତିକୁ ଚିହ୍ନଟ କରିବା ପାଇଁ ଉପଯୁକ୍ତ ତଥା ଆବଶ୍ୟକ ପ୍ରୟାସ ଚାଲିଛି ବୋଲି ପୁଲିସ୍ ନିଶ୍ଚିତ କରିଛି। ପୂର୍ବରୁ ଅନେକ ଥର ମିଳିଥିବା ଧମକ ପରି ଏହା ବି ମଧ୍ୟ ଏକ ମିଥ୍ୟା ଧମକ ବୋଲି ଜାଣିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/10/28/noxiCNmJfic7ykisyqUs.jpg)