ନୂଆଦିଲ୍ଲୀ : ରାଜ୍ୟରେ ସାମୁଦ୍ରିକ ଝଡ଼ ତିତ୍ଲିର କ୍ଷୟକ୍ଷତି ନେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଏଠାରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭେଟିଛନ୍ତି। ରାଜ୍ୟରେ ତିତ୍ଲି ଯୋଗୁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଶ୍ରୀ ପ୍ରଧାନ ଗୃହମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିବା ନେଇ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି। ରାଜ୍ୟର ଆବଶ୍ୟକତା ଅନୁସାରେ ବିପର୍ଯ୍ୟୟ ପରିଚାଳନା ସମେତ ପୁନଃ ନିର୍ମାଣ ଓ ପୁନଃ ଥଇଥାନ କାମରେ କେନ୍ଦ୍ର ସରକାର ରାଜ୍ୟକୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବା ନେଇ ଗୃହମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ତିତ୍ଲି ଓଡ଼ିଶାରେ ଅଧିକ କ୍ଷୟକ୍ଷତି ନକରିବା ମା ଦୁର୍ଗା ଓ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣା ବୋଲି ସେ କହିଛନ୍ତି। ବାତ୍ୟାର ପ୍ରକୋପ ନଥିଲେ ମଧ୍ୟ ଆଗାମୀ ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଜନସାଧାରଣଙ୍କୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ଏଥିସହିତ ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏନଡିଆରଏଫ ସକ୍ରିୟତାର ସହ କାର୍ଯ୍ୟ କରିଥିବାରୁ ଗୃହମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଥିଲେ।
ତିତ୍ଲି ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର : ଓଡ଼ିଶାକୁ କେନ୍ଦ୍ର ସମସ୍ତ ସହାୟତା ଯୋଗାଇ ଦେବ
/sambad/media/post_attachments/wp-content/uploads/2018/10/dhamendra_Rajnath.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)