ଲାଞ୍ଚ ମାମଲା ଭିଡିଓକୁ ନେଇ ଟିଏମ୍‌ସି-ଆପ୍‌ ମୁହାଁମୁହିଁ, ପରସ୍ପର ବିରୋଧରେ ମାମଲା ରୁଜୁ

ପାନାଜୀ : ଗୋଆରେ ଆଜି ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବାକୁ ଥିବା ବେଳେ ରବିବାର ଦିନ ଟିଏମ୍‌ସି ଏବଂ ଆମ୍‌ ଆଦ୍‌ମି ପାର୍ଟି (ଆପ୍‌) ପରସ୍ପର ବିରୋଧରେ ମାମଲା ରୁଜୁ କରିଛନ୍ତି। ଏକ ଟିଭି ଚ୍ୟାନେଲରେ ପ୍ରସାରିତ ହୋଇଥିବା ଏକ ଲାଞ୍ଚ ମାମଲାର ଷ୍ଟିଙ୍ଗ୍‌ ଅପରେସନ ଭିଡିଓକୁ ନେଇ ଦୁଇ ଦଳ ମୁହାଁମୁହିଁ ହୋଇଛନ୍ତି।

ଭିଡିଓରେ ଦାବି କରାଯାଇଛି ଯେ ଟିଏମ୍‌ସିର ଜଣେ ଏବଂ କଂଗ୍ରେସର ୩ ଜଣ ପ୍ରାର୍ଥୀ ନିର୍ବାଚନ ଜିତିବା ପରେ ଦଳ ବଦଳାଇବା ପାଇଁ ଲାଞ୍ଚ ନେଉଛନ୍ତି। ଆପ୍‌ର ପାନାଜୀ ଆସନର ପ୍ରାର୍ଥୀ ବାଲ୍ମିକୀ ନାୟକ କହିଛନ୍ତି ଯେ ଦଳ ଏହି ମାମଲାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରେ ଅଭିଯୋଗ ଦାଖଲ କରିଛି। ଟିଏମ୍‌ସି ପକ୍ଷରୁ ମଧ୍ୟ ନିର୍ବାଚନ କମିସନଙ୍କଠାରେ ଅଭିଯୋଗ କରାଯାଇ ଏହାକୁ ଏକ ବଡ଼ ଷଡ଼ଯନ୍ତ୍ର ଭାବେ ଦର୍ଶାଯିବା ସହ ତୁରନ୍ତ ସମସ୍ତ ଭିଡିଓ ହଟାଇବା ପାଇଁ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଛି । ଏହି ପ୍ରସଙ୍ଗରେ ରାଜ୍ୟ ରାଜନୀତି ସରଗରମ ରହିଛି।

ସମ୍ବନ୍ଧିତ ଖବର