କୋଲକତା: ପଶ୍ଚିମବଙ୍ଗର ଭାଟପାରାରେ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀରେ ଏକ କାର୍ଯ୍ୟକ୍ରମ ସମୟରେ ଟିଏମସି ଓ ବିଜେପିର ସମର୍ଥକମାନଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଛି । ଦୁଇ ଦଳର ସମର୍ଥକମାନଙ୍କ ମଧ୍ୟରେ ପ୍ରବଳ ମାଡଗୋଳ ମଧ୍ୟ ହୋଇଥିଲା ବୋଲି ସୂଚନା ମିଳିଛି ।

Advertisment

ପୁଲିସ ଘଟଣା ବିଷୟରେ ବର୍ଣ୍ଣନା କରି କହିଛି, ରବିବାର ବିଜେପିର ଉପାଧ୍ୟକ୍ଷ ଅର୍ଜୁନ ସିଂହ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ। ଏହି ସମୟରେ ଦୁଇ ପାର୍ଟିର କର୍ମୀମାନଙ୍କ ମଧ୍ୟରେ ଝଗଡା ହୋଇଥିଲା ।

ଏହି ଘଟଣା ପରେ ପଶ୍ଚିମବଙ୍ଗ ବିଜେପିର ଉପାଧ୍ୟକ୍ଷ ଅର୍ଜୁନ ସିଂହ କହିଛନ୍ତି,ଆଜି ସକାଳ ୧୦ ଟା ୩୦ରେ ଆମର ବିଧାୟକ ପବନ ସିଂହ ସୁବାଷ ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇଥିଲେ । ସେତେବେଳେ ଟିଏମସିର ଗୁଣ୍ଡାମାନେ ତାଙ୍କ ଉପରେ ଗୁଳି ଚଳାଇ ଓ ଇଟା ଫିଙ୍ଗି ଆକ୍ରମଣ କରିଥିଲେ । ମୁଁ ପହଞ୍ଚିବା ପରେ ସେମାନେ ମୋତେ ବି ଆକ୍ରମଣ କଲେ । ପୁଲିସ ସାମନାରେ ମୋର ଗାଡି ଭାଙ୍ଗି ଦିଆଗଲା ।

ନେତାଜୀଙ୍କ ଜୟନ୍ତୀରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶ୍ରଦ୍ଧାଞ୍ଜଳି ଦେଇ ଏହି ଦିନଟିକୁ ‘ଦେଶ ନାୟକ ଦିବସ‘ ବୋଲି ଘୋଷଣା କରିଛନ୍ତି । ସେ କହିଛନ୍ତି, ଆମେ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛୁ ଯେ ନେତାଜୀଙ୍କ ଜନ୍ମ ଦିନକୁ ରାଷ୍ଟ୍ରୀୟ ଛୁଟିଦିନ ଘୋଷଣା କରାଯାଉ ଯାହାଦ୍ଵାରା ସମଗ୍ର ଦେଶରେ ରାଷ୍ଟ୍ରୀୟ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇ ପାରିବ ଓ ଦେଶ ନାୟକ ଦିବସ ପାଳନ କରାଯାଇ ପାରିବ ।