ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା, ବିଜେପି ନାଁରେ ଅଭିଯୋଗ

କୋଲକାତା: ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବି ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଥମିବାର ନାଁ ଧରୁନାହିଁ | ମଙ୍ଗଳବାର ରାତିରେ ଜଣେ ତୃଣମୂଳ କଂଗ୍ରେସ ନେତାଙ୍କୁ ଗୁଳି ମାରି ହତ୍ୟା କରାଯାଇଛି | କୋଲକାତାର ଦମଦମ ଅଞ୍ଚଳରେ ଜଣେ ନେତାଙ୍କୁ ଅଜଣା ବନ୍ଧୁକଧାରୀ ଗୁଳି କରିଥିଲେ | ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା |

କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ | ଏହି ନେତାଙ୍କ ନାମ ନିର୍ମଳ କୁଣ୍ଡୁ ହୋଇଥିବାବେଳେ ଦମଦମ ମ୍ୟୁନିସିପାଲଟିର ୱାର୍ଡ ସଭାପତି ଥିଲେ | ଏହି ଘଟଣାରେ ତୃଣମୂଳ କଂଗ୍ରେସ ପକ୍ଷରୁ ବିଜେପି ନାମରେ ଅଭିଯୋଗ ଆସିଛି | ଟିଏମସି କର୍ମୀମାନେ ଅଭିଯୋଗ କରିଛନ୍ତି ଯେ ଏହି ହତ୍ୟାକାଣ୍ଡ ପଛରେ ବିଜେପିର ହାତ ରହିଛି |

ଏଠାରେ ସୂଚନା ଥାଉ କି ଏହା ପୂର୍ବରୁ ମେ ୩୦ ତାରିଖରେ ବର୍ଦ୍ଧମାନ ଜିଲ୍ଲାରେ ଜଣେ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଥିଲା | ଏହା ପଛରେ ଟିଏମସିର ହାତଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା |

ସମ୍ବନ୍ଧିତ ଖବର