ନାରଦ ଲାଞ୍ଚ ମାମଲାରେ ‘ଟିଏମ୍‌ସି’ ନେତା ଫିର୍‌ହାଦ୍‌ ହକିମ୍, ସୁବ୍ରତ ମୁଖାର୍ଜୀ ମଦନ ମିତ୍ର ଓ ଶୋଭନ ଚାଟାର୍ଜୀଙ୍କୁ ଗିରଫ କଲା ‘ସିବିଆଇ’

କୋଲ୍‌କାତା: ନାରଦ ଲାଞ୍ଚ କାରବାର ମାମଲାର ତଦନ୍ତ କରୁଥିବା ‘ସିବିଆଇ’ ସୋମବାର ଦିନ ଏକକାଳୀନ ଚଢ଼ାଉ କରି ‘ତୃଣମୂଳ କଂଗ୍ରେସ’ର ପ୍ରମୁଖ ନେତା ତଥା ମନ୍ତ୍ରୀ ଫରିଦ ହକିମ୍, ସୁବ୍ରତ ମୁଖାର୍ଜୀ ଓ ବିଧାୟକ ମଦନ ମିତ୍ରଙ୍କୁ ଓ  କୋଲ୍‌କାତାର ପୂର୍ବତନ ମେୟର୍ ଶୋଭନ ଚାଟାର୍ଜୀଙ୍କୁ ଗିରଫ କରିଛି।

‘ନାରଦ ଷ୍ଟିଙ୍ଗ୍‌ ଅପରେସନ୍‌ ମାମଲା’ରେ ତୃଣମୂଳ କଂଗ୍ରେସର ଏହି ନେତାମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଅଳ୍ପ କିଛି ଦିନ ତଳେ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡ଼ ‘ସିବିଆଇ’କୁ ଅନୁମତି ଦେଇଥିଲେ।

Image Courtesy of India Today

‘ନାରଦ ଷ୍ଟିଙ୍ଗ୍‌ ଅପରେସନ୍‌ ମାମଲା’ରେ ପଚରା ଉଚୁରା ପାଇଁ ଆଜି ସକାଳେ ପଶ୍ଚିମବଙ୍ଗ ମନ୍ତ୍ରୀ ତଥା କୋଲ୍‌କାତାର ମେୟର୍‌ ଫିର୍‌ହାଦ୍‌ ହକିମ୍‌ଙ୍କୁ ଦକ୍ଷିଣ କୋଲ୍‌କାତାସ୍ଥିତ ତାଙ୍କ ବାସଭବନରୁ ‘ସିବିଆଇ’ ଉଠାଇ ନେଇଛି। ‘ସିବିଆଇ’ ଟିମ୍‌ ଫିର୍‌ହଦ୍‌ ହକମିଙ୍କୁ ଗାଡ଼ିରେ ବସାଇବା ସମୟରେ ତାଙ୍କର ସମର୍ଥକମାନେ ନିରାପତ୍ତା ବଳଙ୍କୁ ଠେଲାପେଲା କରିବା ସହ ରାସ୍ତା ଅବରୋଧ କରି ବସିଥିଲେ।

ସ୍ମରଣଯୋଗ୍ୟ, ୨୦୧୪ରେ ‘ନାରଦ ଲାଞ୍ଚ ଟେପ୍‌’ ରିଲିଜ୍ ହେବା ସମୟରେ ଚାରିଜଣ ପୂର୍ବତନ ମମତା ବାନାର୍ଜୀଙ୍କ ସରକାରରେ ମନ୍ତ୍ରୀ ଥିଲେ। ସେମାନେ ଲାଞ୍ଚ ଗ୍ରହଣ କରୁଥିବା ‘ନାରଦ ନିଉଜ୍ ପୋର୍ଟାଲ୍‌’ର ‘ଷ୍ଟିଙ୍ଗ୍ ଅପରେସନ୍’ କ୍ୟାମେରାରେ ଉତ୍ତୋଳିତ ହୋଇଥିଲା।

ସମ୍ବନ୍ଧିତ ଖବର