ଦିଲ୍ଲୀ ଅଭିମୁଖେ ବାହାରିଲେ ତୃଣମୂଳ କଂଗ୍ରେସର ୪ ବରିଷ୍ଠ ନେତା, ବିଜେପିରେ ମିଶିବା ନେଇ ଚର୍ଚ୍ଚା

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସକୁ ଲଗାତାର ଝଟକା ପରେ ଝଟକା ଲାଗୁଛି | ଆଜି ତୃଣମୂଳ କଂଗ୍ରେସର ୪ ଜଣ ବରିଷ୍ଠ ନେତା ଦିଲ୍ଲୀ ଅଭିମୁଖେ ବାହାରିଥିବାବେଳେ ଏହି ୪ ଜଣ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଛି | ମିଳିଥିବା ସୂଚନା ମୁତାବକ ଏହି ଚାରିଜଣ ନେତା ଏକ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଯାଇଛନ୍ତି। ଏଥିମଧ୍ୟରେ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ରାଜୀବ ବାନାର୍ଜୀ, ବିଧାୟିକା ତଥା ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଜଗମୋହନ ଡାଲମିଆଙ୍କ ଝିଅ ବୈଶାଳୀ ଡାଲମିଆ , ବିଧାୟକ ପ୍ରବୀର ଘୋଷାଲ ଏବଂ ହାଓଡ଼ା ମ୍ୟୁନିସିପାଲ କର୍ପୋରେସନର ପୂର୍ବତନ ମେୟର ରଥିନ ଚକ୍ରବର୍ତ୍ତୀ ରହିଛନ୍ତି ।

ଏହି ୪ ଜଣ ନେତା ଗୃହମନ୍ତ୍ରୀ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ଅବସରରେ ବିଜେପିରେ ସାମିଲ ହେବା ନେଇ ପୂର୍ବରୁ ଶୁଣାଯାଉଥିଲା | ତେବେ ଦିଲ୍ଲୀର ଇସ୍ରାଏଲ ଦୂତାବାସ ବୋମା ବିସ୍ଫୋରଣ ଘଟଣା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କର ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତକୁ ବାତିଲ କରିଛନ୍ତି। ଆଉ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ବାତିଲ ପରେ ଏହି ୪ ଜଣ ନେତା ଦିଲ୍ଲୀରେ ବିଜେପିରେ ଯୋଗ ଦେଇପାରନ୍ତି |

ସୂଚନା ଥାଉ କି ଗତ ମାସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ସମୟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀଙ୍କ ସମେତ ୭ ଜଣ ବିଧାୟକ ବିଜେପିରେ ଯୋଗ ଦେଇଥିଲେ |

ସମ୍ବନ୍ଧିତ ଖବର