ପଶ୍ଚିମବଙ୍ଗରେ ବିପୁଳ ବିଜୟ ଅଭିମୁଖେ ତୃଣମୂଳ କଂଗ୍ରେସ, ୨୦୬ ଟି ଆସନରେ ଆଗୁଆ

କୋଲକତା : ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ନିଜର ଗଡ଼ ବଜାୟ ରଖିବା ଏକରକମ ନିଶ୍ଚିତ ଜଣାପଡ଼ୁଛି । ବର୍ତ୍ତମାନ ପର୍ୟ଼୍ୟନ୍ତ ମିଳିଥିବା ସୂଚନା ଅନୁସାରେ ମମତାଙ୍କ ଦଳ ଟିଏମସି ୨୦୬ ଟି ଆସନରେ ଓ ବିଜେପି ୮୩ଟି ଆସନରେ ଆଗୁଆ ରହିଛି । ଫଳରେ ଟିଏମକି ପୂର୍ଣ୍ଣ ବହୁମତ ମିଳିବା ନିଶ୍ଚିତ ହୋଇଯ଼ାଇଛି । ତେବେ ସବୁଠାରୁ ରୋଚକ ମୁକାବିଲା ଚାଲିଛି ନନ୍ଦୀଗ୍ରାମରେ । ସେଠାରେ ଖୋଦ୍ ମମତା ବାନାର୍ଜୀ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କଠାରୁ ପଛୁଆ ଚାଲିଛନ୍ତି । ତେବେ ଉଭୟଙ୍କ ମଧ୍ୟରେ ବ୍ୟବଧାନ କମିବାରେ ଲାଗିଛି । ମିଳିଥିବା ସର୍ବଶେଷ ସୂଚନା ଅନୁସାରେ ମମତା ଶୁଭେନ୍ଦୁଙ୍କଠାରୁ ପ୍ରାୟ ୪୩୯୨ ଭୋଟରେ ପଛୁଆ ଅଛନ୍ତି । ଶୁଭେନ୍ଦୁ ଏବେ ମୋଟ ୭୯୦୮୩ଟି ଭୋଟ ପାଇ ଆଗୁଆ ଥିବାବେଳେ ମମତା ୭୪୬୯୧ଟି ଭୋଟ ପାଇଛନ୍ତି । ତେବେ ଆଗକୁ ଆଉ କେତୋଟି ରାଉଣ୍ଡ ଗଣତି ବାକି ଥିବାରୁ ଫଳାଫଳ ଯ଼େକୌଣସି ମୋଡ଼ ନେବାର ସମ୍ଭାବନା ରହିଛି ।
ତେବେ ଗତ ଥର ପଶ୍ଚିମବଙ୍ଗରେ ମାତ୍ର ୩ଟି ଆସନ ପାଇଥିବା ବିଜେପି ନିଜର ପ୍ରଦର୍ଶନରେ ଯ଼ଥେଷ୍ଟ ଉନ୍ନତି କରିପାରିଥିବା ମନେହେଉଛି ।
ଅନ୍ୟପକ୍ଷରେ ଦିନରେ ବାମପନ୍ଥୀମାନଙ୍କ ଗଡ଼ ଥିବା ପଶ୍ଚିମବଙ୍ଗରେ ସିପିଆଇ(ଏମ) ଓ କଂଗ୍ରେସ ମେଣ୍ଟ ମାତ୍ର ଗୋଟିଏ ଆସନରେ ଆଗୁଆ ଚାଲିଛି ।

ସମ୍ବନ୍ଧିତ ଖବର