ରାଷ୍ଟ୍ରପତି ନିର୍ବାଚନରେ କ୍ରସ ଭୋଟିଂ କରିବାକୁ ଟଙ୍କାଲୋଭ ଦେଖାଯାଉଛି: ଟିଏମସି

ନୂଆଦିଲ୍ଲୀ: ଦେଶର ରାଷ୍ଟ୍ରପତି ନିର୍ବାଚନ ପାଇଁ ଆସନ୍ତାକାଲି ହେବ ମତଦାନ। ଏହା ସହ ଜୁଲାଇ ୨୧ରେ ଭୋଟ୍ ଗଣନା କରାଯିବ। ତେବେ ମତଦାନ ପୂର୍ବରୁ ହିଁ ଏବେଠୁ ପରସ୍ପରକୁ ଦୋଷାରୋପ କରିବା ଆରମ୍ଭ କଲେଣି ବିଭିନ୍ନ ଦଳ। ଆସନ୍ତାକାଲି ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ​​କ୍ରସ-ଭୋଟିଂ ପାଇଁ ତାଙ୍କୁ ଏକ ଅଫର ମିଳିଥିବା ଜଣେ ତୃଣମୂଳ କଂଗ୍ରେସ (ଟିଏମସି) ବିଧାୟକ ଦାବି କରିଛନ୍ତି।

ପାଣ୍ଡେଶ୍ୱର ବିଧାୟକ ନରେନ୍ଦ୍ରନାଥ ଚକ୍ରବର୍ତ୍ତୀ କହିଛନ୍ତି ଯେ, ୨ଦିନ ପୂର୍ବେ ଜଣେ ସ୍ଥାନୀୟ ଫ୍ରିଲାନ୍ସ ସାମ୍ବାଦିକ ଟିଏମସି ନେତା ସଞ୍ଜୟ ସିଂଙ୍କୁ କଲ କରିଥିଲେ। ଫୋନ କରି ‌ସେ କ୍ରସ ଭୋଟିଂ କରିବାକୁ କହିଥିଲେ। ଏହାର ପରଦିନ ମୁଁ ଜାଣିବାକୁ ପାଇଲି ଯେ ଟିଏମସିର ଜାମୁରିଆ ବିଧାୟକ ହରେ ରାମ ସିଂଙ୍କୁ ମଧ୍ୟ ସମାନ କଲ ଆସିଥିଲା। ଏହା ସହ କ୍ରସ ଭୋଟିଂ ନକଲେ ପରିଣାମ ଭୟାବହ ହେବ ବୋଲି ମଧ୍ୟ ଟିଏମସି ନେତାଙ୍କୁ ଧମକ ଦିଆଯାଇଛି। ଆମେ କଲ୍ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଏତଲା ରୁଜୁ କରିଛୁ। ପୁଲିସ ଏବେ ଏହାର ଯାଞ୍ଚ କରୁଛି।

ତେବେ ଆସନ୍ତାକାଲି ହେବାକୁ ଥିବା ନିର୍ବାଚନ ପାଇଁ ୟୁପିଏ ପକ୍ଷରୁ ଯଶୱନ୍ତ ସିହ୍ନା ପ୍ରାର୍ଥୀ ହୋଇଥିବା ବେଳେ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି ଏନଡିଏ। ମୁର୍ମୁଙ୍କୁ ଏକାଧିକ ଦଳ ସମର୍ଥନ କରୁଥିବା ବେଳେ ତାଙ୍କର ଜିତିବା ଏକପ୍ରକାର ସୁନିଶ୍ଚିତ ହୋଇଛି। ଏମଧ୍ୟରେ ନିର୍ବାଚନ ପୂର୍ବରୁ ​​ବିରୋଧୀଦଳଙ୍କ ଦ୍ୱାରା ପ୍ରାର୍ଥୀ ହୋଇଥିବା ଯଶୱନ୍ତ ସିହ୍ନା ରବିବାର ଦିନ ସମସ୍ତ ରାଜନୈତିକ ଦଳକୁ ନିର୍ବାଚନରେ ​​ତାଙ୍କୁ ଭୋଟ୍ ଦେବାକୁ ଅନ୍ତିମ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର