ନୂଆଦିଲ୍ଲୀ: ଗ୍ରୀଷ୍ମ ପ୍ରବାହ ଜାରି ରହିଛି। କିଛିଦିନ ହେବ ପାଣିପାଗ ବିଭାଗ ହିଟୱେବ ଜାରି କରିଛି। ପ୍ରବଳ ତାତିରେ ଲୋକେ ହନ୍ତସନ୍ତ ହେଉଛନ୍ତି। ଏଭଳି ଖରା ତାତିରେ ତୃଣମୂଳ କଂଗ୍ରେସ ବିଧାୟକ ଗରିବଲୋକଙ୍କୁ କମ୍ବଳ ବାଣ୍ଟୁଥିବା ଖବର ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରେ ଏହାକୁ ନେଇ ତୀବ୍ର ସମାଲୋଚନା କରାଯାଉଛି। ଏହି ଘଟଣାଟି ପଶ୍ଚିମବଙ୍ଗର ନାଦିଆ ଜିଲ୍ଲା କରିମପୁର ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଉତ୍ତର ଭାରତର ଅନେକ ରାଜ୍ୟ ସମେତ ବଙ୍ଗଳାର ଲୋକମାନେ ମଧ୍ୟ ହିଟୱେବର ସାମ୍ନା କରୁଛନ୍ତି। ଏଭଳି ସମୟରେ ତୃଣମୂଳ କଂଗ୍ରେସ ବିଧାୟକ ବିମଳେନ୍ଦୁ ସିହ୍ନା ଖରା ତାତିରେ ଲୋକେ ଆଉଟପାଉଟ ହେଉଥିବା ବେଳେ ଗରିବ ଲୋକଙ୍କୁ ସେ କମ୍ବଳ ବଣ୍ଟନ କରିଛନ୍ତି । ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ଭାଇରାଲ ହେଉଛି ।
Bimalendu Singha Roy TMC Budhayak of Karimpur (West Bengal), distributed Blanket to the needy people in this summer where temp are touching 43
Humanity in him just woke up 😂😂😹 pic.twitter.com/mft0N0nQoc— Sanatani Thakur 🇮🇳 (@SanggitaT) April 19, 2023
ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ ବିଧାୟକ ବିମଳେନ୍ଦୁ ସିହ୍ନା କହିଛନ୍ତି,‘ ଇଦର କାର୍ଯ୍ୟକ୍ରମ ଚାଲୁଥିଲା। ଏହି ଅବସରରେ ସେଠାରେ ଲୋକଙ୍କୁ ପୋଷାକ ବଣ୍ଟନ କରାଯାଉଥିଲା । ଏହି ସମୟରେ ସେଠାରେ ପୋଷାକ ସହିତ କିଛି କମ୍ବଳ ରହିଥିବା ଦେଖିବାକୁ ମିଳିଥିଲା। ତେଣୁ ସେଗୁଡିକୁ ମଧ୍ୟ ଉକ୍ତ ଗରିବଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା।’