କୋଲକାତା: ପୁଣି ଚର୍ଚ୍ଚାରେ ଟିଏମସି ବିଧାୟକ ହୁମାୟୁନ କବୀର। ସବୁବେଳେ ନିଜ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ହୁମାୟୁନ ଏବେ ପଶ୍ଚିମବଙ୍ଗରେ ନୂତନ ବାବ୍ରି ମସଜିଦ ନିର୍ମାଣ କରାଯିବ ବୋଲି ଦାବି କରିଛନ୍ତି। ହୁମାୟୁନ କବୀର କହିଛନ୍ତି ଯେ, ମୁର୍ଶିଦାବାଦ ଅଞ୍ଚଳର ବେଲଡାଙ୍ଗାଠାରେ ଏକ ନୂତନ ବାବ୍ରି ମସଜିଦ ନିର୍ମାଣ ହେବ। ବେଲଡାଙ୍ଗାରେ ବାବ୍ରି ମସଜିଦ ପ୍ରତିଷ୍ଠା କାମ ଡିସେମ୍ବର ୬, ୨୦୨୫ପୂର୍ବରୁ ଆରମ୍ଭ ହେବ ବୋଲି ସେ ଘୋଷଣା କରିଛନ୍ତି। ତାଙ୍କର ଏଭଳି ଦାବିକୁ ନେଇ ଏବେ ବିଭିନ୍ନ ଦଳ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି।
ଜାତୀୟ ଗଣମାଧ୍ୟମ ଆଜ୍ ତକରେ ପ୍ରକାଶିତ ଖବର ଅନୁଯାୟୀ, "ହୁମାୟୁନ ମସଜିଦ୍ ନିର୍ମାଣ କରିବା ନେଇ ଘୋଷଣା କରିବା ସହ ନିଜେ ମଧ୍ୟ କୋଟି କୋଟି ଟଙ୍କା ଦାନ କରିବେ ବୋଲି କହିଛନ୍ତି। ତାଙ୍କ କହିବା ମୁତାବକ, ପଶ୍ଚିମବଙ୍ଗରେ ୩୪ପ୍ରତିଶତ ମୁସଲମାନ ଅଛନ୍ତି। ମୁଁ ସେମାନଙ୍କ ଭାବନା ଏବଂ ସେମାନଙ୍କର ପଶ୍ଚିମବଙ୍ଗରେ ମୁଣ୍ଡ ଉଠାଇ ବଞ୍ଚିବାର ଇଚ୍ଛା ପାଇଁ ଏକ ପ୍ରସ୍ତାବ ଦେବାକୁ ଚାହୁଁଛି | ଅର୍ଥର ଅଭାବ ହେବ ନାହିଁ | ବେଲଡାଙ୍ଗାରେ ଅନେକ ମଦ୍ରାସା ଅଛି | ଏହା ବ୍ୟତୀତ ବହରାମପୁର ଅଞ୍ଚଳରେ ଅନେକ ମଦ୍ରାସା ଅଛି | ସମସ୍ତ ମଦ୍ରାସାରେ ପ୍ରେସିଡେଣ୍ଟ ଏବଂ ସେକ୍ରେଟାରୀଙ୍କୁ ମିଶାଇ ୧୦୦ କିମ୍ବା ଅଧିକ ଲୋକଙ୍କୁ ନେଇ ବାବ୍ରି ମସଜିଦ ଟ୍ରଷ୍ଟ ଗଠନ ହେବ | ଏହି ଟ୍ରଷ୍ଟ ତରଫରୁ ୬ଡିସେମ୍ବର ୨୦୨୫ମଧ୍ୟରେ ବେଲଡାଙ୍ଗା ଅଞ୍ଚଳରେ ୨ଏକର ଜମିରେ ବାବ୍ରି ମସଜିଦ ପ୍ରତିଷ୍ଠା କରାଯିବ। ମୁଁ ଏଥିପାଇଁ ୧କୋଟି ଟଙ୍କା ଦାନ କରିବି।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/12/09/XDFyGoxJ65j4glH9q3uk.jpg)