ଟିଏମ୍‌ସି ବିଧାୟକ ୱିଲସନ୍ ବିଜେପିରେ ଯୋଗଦେଲେ

ନୂଆଦିଲ୍ଲୀ : ପଶ୍ଚିମ ବଙ୍ଗରେ ତୃଣମୂଳ କଂଗ୍ରେସକୁ ଆଜି ବଡ଼ ଧକ୍କା ଲାଗିଛି। ଦଳର ଆଉ ଜଣେ ବିଧାୟକ ବିଜେପିରେ ଯୋଗଦେଇଛନ୍ତି। ସେହି ବିଧାୟକ ଜଣକ ହେଉଛନ୍ତି ୱିଲସନ ଚମ୍ପ୍ରମାରି। ବିଜେପି ମୁଖ୍ୟାଳୟରେ ସେ ଦଳର ବରିଷ୍ଠ ନେତା ମୁକୁଳ ରୟ, ପଶ୍ଚିମ ବଙ୍ଗ ମୁଖ୍ୟ ଦିଲ୍ଲୀପ ଘୋଷରା ଏବଂ ସାଧାରଣ ସମ୍ପାଦକ କୈଳାଶ ବିଜୟବର୍ଗୀୟ ପ୍ରମୁଖଙ୍କ ଉପସ୍ଥିତିରେ ସେ ଦଳରେ ଯୋଗଦେଇଛନ୍ତି। କାଲଚିନି ଆସନରୁ ସେ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୱିଲସନଙ୍କ ସମେତ ଦକ୍ଷିଣ ଦିନାଜପୁର ଜିଲ୍ଲା ପରିଷଦ ସଦସ୍ୟ ଲିପିକା ରାୟଙ୍କ ସମେତ ୧୦ ଜିଲ୍ଲା ପରିଷଦ ସଦସ୍ୟ ବିଜେପିରେ ଯୋଗ ଦେଇଛନ୍ତି। ପୂର୍ବରୁ ବିଜେପିର ୪ ଜଣ ବିଧାୟକ ବିଜେପିରେ ଯୋଗ ଦେଇ ସାରିଥିବାରୁ ୱିଲସନ୍ ହେଉଛନ୍ତି ପଞ୍ଚମ ବିଧାୟକ। ଦକ୍ଷିଣ ଦିନାଜପୁର ଜିଲ୍ଲା ପରିଷଦର ସଂଖ୍ୟାଧିକ ସଦସ୍ୟ ଟିଏମସି ଛାଡ଼ି ବିଜେପିରେ ଯୋଗ ଦେଇଥିବାରୁ ରାଜ୍ୟର ପ୍ରଥମ ଜିଲ୍ଲା ପରିଷଦ ଭାବରେ ଏହା ବିଜେପି ଦଖଲକୁ ଯାଇଛି।

ସମ୍ବନ୍ଧିତ ଖବର