ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜହାନ ୨୦୧୯ ଜୁନ ୧୯ ତାରିଖରେ ତୁର୍କିରେ ନିଖିଲ ଜୈନଙ୍କୁ ବିବାହ କରିଥିଲେ। ବିବାହର ଗୋଟିଏ ବର୍ଷପରେ ୨୦୨୦ ନଭେମ୍ବରରେ ଦୁହେଁ ଅଲଗା ହୋଇଯାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ନୁସରତ ଦାବି କରିଛନ୍ତି ଯେ ନିଖିଲଙ୍କ ସହ ତାଙ୍କ ବିବାହ ଭାରତୀୟ ଆଇନ ଅନୁଯାୟୀ ବୈଧ ନୁହେଁ, କିନ୍ତୁ ନିର୍ବାଚନ ଆଫିଡେଭିଟରେ ସେ ନିଜକୁ ବିବାହିତ ବୋଲି ଘୋଷଣା କରିଥିଲେ। ଏଭଳି ପରିସ୍ଥିତିରେ ସେମାନଙ୍କ ବିବାହକୁ ନେଇ ବିବାଦ ଦେଖା ଦେଇଥିଲା। ନିକଟରେ ହୋଇଥିବା ଏକ ସାକ୍ଷାତକାର ସମୟରେ ନୁସରତ ଏହି ପ୍ରସଙ୍ଗରେ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି।
ନୁସରତ କହିଛନ୍ତି ଯେ, ‘ସେ ମୋ ବିବାହ ପାଇଁ ଦେୟ ଦେଇନାହାଁନ୍ତି, ହୋଟେଲ ବିଲ ବି ପୈଠ କରିନାହାଁନ୍ତି।| ମୁଁ ତାଙ୍କୁ କିଛି କହିବା ଜରୁରୀ ଭାବୁ ନାହିଁ। ମୁଁ ସଚ୍ଚୋଟ। ମୁଁ ଭୁଲ ବୋଲି ସମସ୍ତଙ୍କ ସାମ୍ନାରେ କୁହାଯାଇଥିଲା। କିନ୍ତୁ ବର୍ତ୍ତମାନ ମୁଁ ସବୁକିଛି ସ୍ପଷ୍ଟ କରିଦେଇଛି।’
ଯଦିଓ ନୁସରତ କାହାର ନାମ ନେଇ ନାହାଁନ୍ତି, ସେ କହିଛନ୍ତି ଯେ ଅନ୍ୟମାନଙ୍କୁ ଦୋଷ ଦେବା କିମ୍ବା ଅନ୍ୟମାନଙ୍କୁ ଖରାପ କହିବା ସହଜ । ସେ ଦାବି ସହିତ କହିପାରିବେ ଯେ ପୂରା ବିବାଦରେ ସେ କାହାକୁ ନିଚା ଦେଖା ନାହାନ୍ତି ।
ଯେତେବେଳେ ନୁସରତ ନିଖିଲଙ୍କଠାରୁ ଅଲଗା ହୋଇଥିଲେ, ସେ ଗର୍ଭବତୀ ହୋଇଥିଲେ। ଶିଶୁର ଜନ୍ମ ପରେ ତାଙ୍କ ପିତାଙ୍କ ନାମ ନେଇ ପ୍ରଶ୍ନ ଉଠିଥିଲା। ତେବେ ଜନ୍ମ ପ୍ରମାଣପତ୍ରରେ ନୁସରତ ୟଶ ଦାସଗୁପ୍ତଙ୍କ ନାମ ପିତା ଭାବରେ ଲେଖିଥିଲେ। ଉଭୟଙ୍କୁ ଏକାଠି କୋଲକାତା ମ୍ୟୁନିସିପାଲିଟି କର୍ପୋରେସନ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା। କୁହାଯାଉଥିଲା ଯେ ଜନ୍ମ ପ୍ରମାଣପତ୍ର ସମ୍ପର୍କରେ ଉଭୟ ସେଠାକୁ ଯାଇଥିଲେ।