କୋଲକାତା: ତୃଣମୂଳ କଂଗ୍ରେସ (ଟିଏମସି)ସାଂସଦ ତଥା ବେଙ୍ଗଲୀ ଅଭିନେତ୍ରୀ ନୁସରତ ଜହାଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବଙ୍ଗଳା ସିନେମା ଇଣ୍ଡଷ୍ଟ୍ରିର ସବୁଠାରୁ ସୁନ୍ଦର ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ନୁସରତ ଜାହାନ । ସେ ବଶିରହାଟ ଲୋକସଭା ଆସନରୁ ନିର୍ବାଚିତ ହୋଇ ସଂସଦକୁ ଯାଇଛନ୍ତି।
/sambad/media/post_attachments/wp-content/uploads/2019/11/nusarat-jaha-88_5-300x187.jpg)
କୁହାଯାଉଛି କି, ନୁସରତ ଜହାଁଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହେବାପରେ ତାଙ୍କୁ ଗତକାଲି (ରବିବାର-ନଭେମ୍ବର ୧୭) ରାତିରେ କୋଲକାତାର ଆପୋଲୋ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ଆଜମା କାରଣରୁ ନୁସରତଙ୍କୁ ନିଶ୍ୱାଃସ ନେବାରେ ଅସୁବିଧା ହୋଇଥିବା କୁହାଯାଉଛି। ଏହି କାରଣରୁ ସେ ଆଜି ସଂସଦର ଅଧିବେଶନରେ ସାମିଲ ହୋଇ ପାରି ନାହାନ୍ତି।
/sambad/media/post_attachments/wp-content/uploads/2019/11/nusrat-759-300x167.jpg)
ନୁସରତ ଜହାଁ କୋଲକାତାର ବ୍ୟବସାୟୀ ନିଖିଲ ଜୈନ୍ଙ୍କୁ ଚଳିତ ବର୍ଷ ଜୁନ୍ ୧୯ ତାରିଖରେ ବିବାହ କରିଥିଲେ। ବିବାହ ପରେ ନୁସରତ ସ୍ୱାମୀଙ୍କ ସହ ଖୁବ୍ ସୁନ୍ଦରସୁନ୍ଦର ଫଟୋ ସୋସିଆଲ ସାଇଟ୍ରେ ସେୟାର କରିଥିବା ଦେଖିବାକୁ ମିଳିଥିଲା। ନୁସରତ ଓ ନିଖିଲଙ୍କ ଯୋଡ଼ିକୁ ଖୁବ୍ ପସନ୍ଦ ବି କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/191811021919.jpg)