କୋଲକାତା : ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥୋ ଚାଟାର୍ଜୀ ଇଡି ଦ୍ବାରା ଗିରଫ ହେବା ପରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କୋଲକାତାର ଏସଏସକେଏମ ହସପିଟାଲରେ ଭର୍ତ୍ତି କରାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପକ୍ଷରେ ଏହି ଘଟଣାରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛି ଟିଏମସି । ଟିଏମସି ପକ୍ଷରୁ କୁହାଯାଇଛି ଯେ ଟଙ୍କା ଜବତ ହୋଇଛି । ଏହି ଟଙ୍କା ସହ ଟିଏମସିର କୌଣସି ସଂପର୍କ ନାହିଁ । ଯେଉଁ ଲୋକଙ୍କ ଘରୁ ଟଙ୍କା ଜବତ ହୋଇଛି ସେ ଟିଏମସିର ସଦସ୍ୟ ନାହାନ୍ତି । ମାମଲା ଏବେ କୋର୍ଟରେ ଅଛି । ଆମେ ଚାହୁଁଛୁ ଆଗ କେନ୍ଦ୍ରୀୟ ଏଜେନ୍ସି ତଦନ୍ତ ଶେଷ କରୁ ।
ଅନ୍ୟପକ୍ଷରେ ଟିଏମସି ମନ୍ତ୍ରୀ ଫିରହାଦ ହାକିମ କହିଛନ୍ତି ଯେ ଯଦି ପାର୍ଥୋ ବିଜେପିରେ ଯୋଗ ଦେଇଥାନ୍ତେ ତେବେ ଇଡି ଚଢଉ ହୋଇନଥାନ୍ତା ।
ଶୁକ୍ରବାରଦିନ ଇଡି ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ଚାଟାର୍ଜୀଙ୍କ ଘରୁ ଚଢଉ କରି ନଗଦ ୨୦ ଟଙ୍କା ଜବତ କରିଥିଲା । ଏସବୁ ଟଙ୍କା ପଶ୍ଚିମବଙ୍ଗରେ ପ୍ରାଥମିକ ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତିରୁ ଏହି ଅର୍ଥ ସଂଗ୍ରହ କରାଯାଇଥିବା ଜଣାଯାଇଛି । ପଶ୍ଚିମ ବଙ୍ଗ ସ୍କୁଲ ସର୍ଭିସ କମିଶନ ଓ ପ୍ରାଥମିକ ଶିକ୍ଷା ବୋର୍ଡ ରେ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ ଇଡି ପାର୍ଥଙ୍କ ଅଫିସ, ଘର ସମେତ ମୋଟ ୧୩ଟି ସ୍ଥାନରେ ଚଢଉ କରାଯାଇଥିଲା ।