ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ ଖର୍ଚ୍ଚ କରିଛି ୧୫୪ କୋଟି ଟଙ୍କା

ନୂଆଦିଲ୍ଲୀ: ଚଳିତ ବର୍ଷ ଅନୁଷ୍ଠିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ତୃଣମୂଳ କଂଗ୍ରେସ ପ୍ରଚାର ଅଭିଯାନରେ ୧୫୪.୨୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି। ଏଥି ସହିତ ତାମିଲନାଡୁରେ ଏଆଇଡିଏମକେକୁ ପରାସ୍ତ କରି କ୍ଷମତାକୁ ଫେରିଥିବା ଡ଼ିଏମକେ ନିର୍ବାଚନ ପ୍ରଚାର ପାଇଁ ୧୧୪.୧୪ କୋଟି ଟଙ୍କା ଖର୍ଚ୍ଚ କରିଛି। ନିର୍ବାଚନ କମିଶନ, ନିର୍ବାଚନରେ ​​ରାଜନୈତିକ ଦଳଗୁଡ଼ିକର ଖର୍ଚ୍ଚର ସବିଶେଷ ତଥ୍ୟ ପ୍ରକାଶ କରିଛନ୍ତି।

ତେବେ ବିଜେପି ଦ୍ୱାରା କରାଯାଇଥିବା ନିର୍ବାଚନ ଖର୍ଚ୍ଚ ସମ୍ପର୍କରେ ସୂଚନା ଏପର୍ଯ୍ୟନ୍ତ ଦିଆଯାଇ ନାହିଁ। ବିଧାନସଭା ନିର୍ବାଚନ ପୂର୍ବରୁ କ୍ଷମତାରେ ଥିବା ଏଆଇଡିଏମକେ ତାମିଲନାଡୁ ଏବଂ ପୁଡୁଚେରୀରେ ପ୍ରଚାର ପାଇଁ ମୋଟ ୫୭.୩୩ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ଏଥି ସହିତ ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପ୍ରଚାରରେ କଂଗ୍ରେସ ମୋଟ ୮୪.୯୩ କୋଟି ଟଙ୍କା ଖର୍ଚ୍ଚ କରିଛି।

ଚାରିଟି ରାଜ୍ୟ ତଥା ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଅନୁଷ୍ଠିତ ନିର୍ବାଚନ ପ୍ରଚାର ପାଇଁ ସିପିଆଇ ସର୍ବନିମ୍ନ ୧୩.୧୯ କୋଟି ଟଙ୍କା ଖର୍ଚ୍ଚ କରିଛି। ସୂଚନା ଥାଉ କି ତୃଣମୂଳ କଂଗ୍ରେସ, ସିପିଆଇ ଏବଂ କଂଗ୍ରେସ ଜାତୀୟ ରାଜନୈତିକ ଦଳ ମାନ୍ୟତା ପାଇଥିବାବେଳେ ଡିଏମକେ ଏବଂ ଏଆଇଏଡିଏମକେ ଆଞ୍ଚଳିକ ଦଳ ମାନ୍ୟତା ପାଇଛନ୍ତି |

ସମ୍ବନ୍ଧିତ ଖବର