କୋଲକାତା: ପୁଣି ପଶ୍ଚିମବଙ୍ଗରେ ବାଜି ମାରିଲା ଟିଏମସି। ୪ଟି ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ଟିଏମସି ବାଜି ମାରିନେଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗର ସମସ୍ତ ଚାରିଟି ଆସନରେ ବିଜୟୀ ହୋଇଥିବା ନେଇ ଟ୍ବିଟ କରି ଦାବି କରିଛନ୍ତି।

Advertisment

publive-image www.indiatoday.in

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ବିଟ କରି ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି ଯେ, ଏହି ବିଜୟ ଲୋକଙ୍କ ବିଜୟ। ଏହା ଦର୍ଶାଉଛି ‌ଯେ, ପଶ୍ଚିମବଙ୍ଗବାସୀ ପ୍ରଚାର ଏବଂ ଘୃଣା ରାଜନୀତି ଅପେକ୍ଷା ବିକାଶ ଏବଂ ଏକତାକୁ ବାଛିଛନ୍ତି। ଲୋକଙ୍କ ଆଶୀର୍ବାଦ ସହିତ ଆମେ ପଶ୍ଚିମବଙ୍ଗକୁ ବିକାଶ ପଥରେ ନେବାକୁ ପ୍ରତିଜ୍ଞା କରୁଛୁ।

କଡା ସୁରକ୍ଷା ମଧ୍ୟରେ ଖରଦା, ଶାନ୍ତିପୁର, ଗୋସାବା ଏବଂ ଦିନ୍ହାଟାରେ ସକାଳ ୮ଟାରୁ ଭୋଟ୍ ଗଣନା ଆରମ୍ଭ ହୋଇଥିଲା। ଏହି ୪ଟି ଆସନରେ ଥିବା ଟିଏମସି ପ୍ରାର୍ଥୀ ବିଜେପି ପ୍ରାର୍ଥୀଙ୍କଠାରୁ ଖୁବ ଆଗରେ ଥିବା ଜଣାପଡ଼ିଛି। ଭୋଟ ବ୍ୟବଧାନ ବଢ଼ିବା ସହ ଟିଏମସି ପୁଣି ବିଜେପିକୁ ମାତ୍ ଦେଇଛି।