ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର (ଜୁଲାଇ ୨୧) ଶହୀଦ ଦିବସ ପାଳନ କରିଛନ୍ତି। ଏଥର ଶହୀଦ ଦିବସରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଥିଲା। ଏହା ପ୍ରଥମ ଥର ଥିଲା ଯେ ମମତା ବାନାର୍ଜୀଙ୍କ ଭାଷଣ ଜୁଲାଇ ୨୧ରେ ରାଜ୍ୟ ସୀମା ବାହାରେ ଥିବା ଅନ୍ୟ ରାଜ୍ୟକୁ ପ୍ରସାରିତ ହୋଇଥିଲା। ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ଗୁଜୁରାଟର ପାର୍ଟି ମୁଖ୍ୟାଳୟ ବାହାରେ ଏଲଇଡି ଟିଭିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଷଣ ଶୁଣିବାକୁ ମିଳିଥିଲା। ଦିଲ୍ଲୀ କାର୍ଯ୍ୟକ୍ରମରେ ଅନ୍ୟ ରାଜନୈତିକ ଦଳଗୁଡ଼ିକର ନେତାମାନଙ୍କୁ ବି ଦେଖିବାକୁ ମିଳିଥିଲା।
ମମତା ବାନାର୍ଜୀଙ୍କ ଏହି ପ୍ରସ୍ତୁତିକୁ ୨୦୨୪ର ସାଧାରଣ ନିର୍ବାଚନୀ ଯୁଦ୍ଧ ସହିତ ଯୋଡ଼ି ଦେଖାଯାଉଛି। କୁହାଯାଉଛି ଯେ ମମତା ବାନାର୍ଜୀ ବର୍ତ୍ତମାନ ଜାତୀୟ ସ୍ତରରେ ସକ୍ରିୟ ରାଜନୀତିରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଖାଲି ସେତିକି ନୁହେଁ ତୃଣମୂଳ କଂଗ୍ରେସ ରାଷ୍ଟ୍ରୀୟ ସ୍ତରରେ ବିଜେପି ଚ୍ୟାଲେଞ୍ଜ ଦେବାକୁ ପ୍ରସ୍ତୁତ ହେଉଥିବା କୁହାଯାଉଛି।
ବଙ୍ଗଳା ପରେ ବର୍ତ୍ତମାନ ଗୁଜୁରାଟରେ 'ଖେଲା' ମନୋଭାବରେ ସେ ଅଛନ୍ତି ଏବଂ ସେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗୁଜୁରାଟରେ ଶହୀଦ ଦିବସ ଅବସରରେ ପ୍ରଥମ ଥର ଲାଗି ମମତା ବାନାର୍ଜୀଙ୍କ ଛବି ସହିତ ବ୍ୟାନର ଦେଖିବାକୁ ମିଳିଛି।
ମମତା କହିଛନ୍ତି ଯେ ବିଜେପି ଏକଛତ୍ରବାଦୀ ଶାସନ ଚଳାଉଛି। ତ୍ରିପୁରାରେ ଆମର କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଛି। ଏହା ଏକ ଗଣତନ୍ତ୍ର କି? ସେମାନେ ଦେଶର ଅନୁଷ୍ଠାନଗୁଡ଼ିକୁ ନଷ୍ଟ କରୁଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ କରୋନାର ଦ୍ୱିତୀୟ ଓ୍ବେଭରେ ଦେଶରେ ଗଙ୍ଗା ନଦୀରେ ମୃତଦେହ ଭାସୁଥିବା ଦେଖାଯାଇଛି। ଅମ୍ଳଜାନ ଅଭାବରୁ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ସରକାର କହିଛନ୍ତି ଯେ ଅମ୍ଳଜାନ ଅଭାବରୁ କେହି ମରୁନାହାନ୍ତି। ବିଜେପିକୁ କ୍ଷମତାଚ୍ୟୁତ ନ କରିବା ଯାଏଁ ଖେଳ ହେବ ବୋଲି ମମତା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/mamta.jpg)