ଟିଏମସି ଆଜି ପାଳନ କରୁଛି ‘ଖେଲା ହୋବେ ଦିବସ’

କୋଲକାତା: ତୃଣମୂଳ କଂଗ୍ରେସ (ଟିଏମସି) ମଙ୍ଗଳବାର ‘ଖେଲା ହୋବେ ଦିବସ’ ପାଳନ କରିବ। ଏହି ଅବସରରେ ଦଳର ନେତାମାନେ ରାଜ୍ୟରେ କ୍ରୀଡାକୁ ପ୍ରୋତ୍ସାହିତ କରିବା ପାଇଁ ପଶ୍ଚିମବଙ୍ଗରେ ଫୁଟବଲ ମ୍ୟାଚ୍‌ ଆୟୋଜନ କରିବେ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଏହି ଅବସରରେ ସେ ଯୁବକମାନଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମରେ ଅଧିକ ଅଂଶଗ୍ରହଣ କରିବାକୁ ଅପେକ୍ଷା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ହାଇ-ଆକ୍ସନ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ‘ଖେଲା ହୋବେ’ (ଖେଳ ହେବ) ଥିଲା ଟିଏମସି ନିର୍ବାଚନ ପ୍ରଚାରର ଟ୍ୟାଗ୍‌ ଲାଇନ୍‌। ଯେତେବେଳେ ଦଳ କ୍ରମାଗତ ତୃତୀୟ ଥର ପାଇଁ କ୍ଷମତାକୁ ଫେରିବା ପାଇଁ ବିଜେପିକୁ ପରାସ୍ତ କରିଥିଲା।

ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ଗତ ବର୍ଷ ଘୋଷଣା କରିଥିଲେ ଯେ ଅଗଷ୍ଟ ୧୬କୁ ରାଜ୍ୟରେ ‘ଖେଲା ହୋବେ ଦିବସ’ ଭାବରେ ପାଳନ କରାଯିବ।

ମୁଖ୍ୟମନ୍ତ୍ରୀ ମମତା କହିଛନ୍ତିଏ ‘ଖେଲା ହୋବେ ବିବସ ପାଇଁ ମୁଁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି। ଗତ ବର୍ଷ ଏହି କାର୍ଯ୍ୟକ୍ରମର ଦୃଷ୍ଟାନ୍ତମୂଳକ ସଫଳତା ପରେ ଆମେ ଆଜି ଯୁବବର୍ଗଙ୍କ ଦ୍ୱାରା ଏଥିରେ ଅଧିକ ଅଂଶଗ୍ରହଣ କରିବାକୁ ଅପେକ୍ଷା କରିଛୁ। ଆଜି ଆମର ଯୁବ ନାଗରିକଙ୍କ ଉତ୍ସାହକୁ ବଜାୟ ରଖିବା, ଯେଉଁମାନେ ପ୍ରଗତିର ସବୁଠାରୁ ବିଶ୍ୱସନୀୟ ଅଗ୍ରଦୂତ ଅଟନ୍ତି ବୋଲି ମଙ୍ଗଳବାର ସେ କହିଛନ୍ତି।

୧୯୮୦ରେ କୋଲକାତାର ଇଡେନ୍‌ ଗାର୍ଡେନରେ ଏକ ଫୁଟବଲ୍‌ ମ୍ୟାଚ୍‌ ସମୟରେ ଦଳାଚକଟାରେ ମୃତ୍ୟୁବରଣ କରିଥିବା ୧୬ ଜଣଙ୍କ ସମ୍ମାନରେ କ୍ରୀଡାକୁ ପ୍ରୋତ୍ସାହିତ କରିବା ପାଇଁ ଫୁଟବଲ୍‌ ମ୍ୟାଚ୍‌ ଆୟୋଜନ କରାଯିବ। ବରିଷ୍ଠ ଟିଏମସି ନେତା ତାପସ ରାୟ କହିଛନ୍ତି, ଦଳର ସମସ୍ତ ନେତାଙ୍କୁ ରାଜ୍ୟର ପ୍ରତ୍ୟେକ ବ୍ଲକରେ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର