ପଶ୍ଚିମବଙ୍ଗରେ ପୁଣି ମମତା ; କେରଳରେ ବାମ ମେଣ୍ଟ କ୍ଷମତାକୁ ଫେରିବ

ନୂଆଦିଲ୍ଲୀ : ଆଜି ପଶ୍ଚିମବଙ୍ଗରେ ଶେଷ ପର୍ୟ୍ୟାୟ ଭୋଟ ଗ୍ରହଣ ସହ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ପାଇଁ ବୁଥବାହୁଡ଼ା ମତ ବା ଏକଜିଟ୍ ପୋଲ ଫଳାଫଳ ପ୍ରକାଶ ପାଇଛି ।

ଗୁରୁତ୍ବପୂର୍ଣ୍ଣ ରାଜ୍ୟ ପଶ୍ଚିମବଙ୍ଗରେ ପୁଣି ମମତା ବାନାର୍ଜୀ କ୍ଷମତାକୁ ଫେରିବା ସମ୍ଭାବନା ରହିଛି । ଅଧିକାଂଶ ଏକଜିଟ ପୋଲ ରିପୋର୍ଟରେ ଟିଏମସି ବିଜେପିଠାରୁ ଆଗୁଆ ଥିବା କୁହାଯାଇଛି ।

ସି-ଭୋଟର ଅନୁସାରେ ଟିଏମସି ୧୫୨-୧୬୪ଟି ଆସନ, ବିଜେପି ୧୦୯-୧୨୧ଟି ଆସନ ଓ କଂଗ୍ରେସ ବାମ ମେଣ୍ଟ ୧୪-୨୫ଟି ଆସନ ଜିତିବ । ତେବେ ରିପବ୍ଲିକ-ସିଏନକ୍ସ ଅନୁସାରେ  ଟିଏମସି ୧୨୮-୧୩୮ଟି ଆସନ, ବିଜେପି ୧୩୮-୧୪୮ଟି ଆସନ ଓ କଂଗ୍ରେସ ବାମ ମେଣ୍ଟ ୧୧-୨୧ଟି ଆସନ ଜିତିବ । ଅନ୍ୟପକ୍ଷରେ ଜନକି ବାତର ରିପୋର୍ଟ ଅନୁସାରେ  ଟିଏମସି ୧୧୮-୧୩୪ଟି ଆସନ, ବିଜେପି ୧୫୦-୧୬୨ଟି ଆସନ ଓ କଂଗ୍ରେସ ବାମ ମେଣ୍ଟ ୧୦-୧୪ଟି ଆସନ ଜିତିବାର ସମ୍ଭାବନା ରହିଛି । ଟୁଡେଜ ଚାଣକ୍ୟର ରିପୋର୍ଟ ଅନୁସାରେ ଟିଏମସିକୁ ୧୮୦ ଓ ବିଜେପିକୁ ୧୦୮ ଟି ଆସନ ମିଳିବାର ସମ୍ଭାବନା ରହିଛି । 

ଅନ୍ୟପକ୍ଷରେ କେରଳରେ ପୁଣି ବାମମେଣ୍ଟ ସରକାର ଗଢିବାର ସମ୍ଭାବନା ରହିଛି । ଇଣ୍ଡିଆଟୁଡେ-ଆକ୍ସିସ ମାଇ ଇଣ୍ଡିଆର ରିପୋର୍ଟ ଅନୁସାରେ ଏଲଡିଏଫ ୧୦୪-୧୨୦ଟି ଆସନ, ୟୁଡିଏଫ ୨୦-୩୬ଟି ଆସନ ଜିତିବ । ସେହିପରି ସିଏନଏକ୍ସ ଅନୁସାରେ ଏଲଡିଏଫ ୭୨-୮୦ ଓ ୟୁଡିଏଫ ୫୮-୬୪ଟି ଆସନ ଜିତିବ ।

ସମ୍ବନ୍ଧିତ ଖବର