ନୂଆଦିଲ୍ଲୀ : ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଜନମତ ସୃଷ୍ଟି କରିବାକୁ ବିଦେଶ ଗସ୍ତ କରିବାକୁ ଥିବା ସଂସଦୀୟ ଦଳରେ ତୃଣମୂଳ କଂଗ୍ରେସ ତରଫରୁ ୟୁସୁଫ ପଠାନଙ୍କ ବଦଳରେ ଅଭିଷେକ ବାନାର୍ଜୀଙ୍କ ନାମ ସୁପାରିଶ କରାଯାଇଛି ।
ପୂର୍ବରୁ କେନ୍ଦ୍ର ସରକାର ତୃଣମୂଳରୁ ପଠାନଙ୍କ ନାମ ଏହି ଦଳରେ ରଖାଯାଇଥିଲା, କିନ୍ତୁ ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏହାକୁ ନାପସନ୍ଦ କରିଥିଲେ । ନିଜେ ପଠାନ ମଧ୍ୟ ଏହି ସଂସଦୀୟ ଦଳରୁ ନିଜକୁ ଅଲଗା କରିନେଇଥିଲେ ।
ପୂର୍ବରୁ କେନ୍ଦ୍ର ସରକାର ତୃଣମୂଳରୁ ପଠାନଙ୍କ ନାମ ଏହି ଦଳରେ ରଖାଯାଇଥିଲା, କିନ୍ତୁ ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏହାକୁ ନାପସନ୍ଦ କରିଥିଲେ । ନିଜେ ପଠାନ ମଧ୍ୟ ଏହି ସଂସଦୀୟ ଦଳରୁ ନିଜକୁ ଅଲଗା କରିନେଇଥିଲେ ।
ଏହାକୁ ନେଇ ବିବାଦ ଦେଖାଯିବା ପରେ ଦଳ ପକ୍ଷରୁ କୁହାଯାଇଥିଲା ଯେ ଦଳ ସରକାରଙ୍କ ଏହି କୂଟନୈତିକ ପଦକ୍ଷେପକୁ ବିରୋଧ କରୁନାହିଁ, କେବଳ ଏତିକି କହୁଛି ଯେ ଦଳର ପ୍ରତିନିଧିକୁ କେନ୍ଦ୍ର ସରକାର ନ ବାଛି ଦଳକୁ ବାଛିବାକୁ ଦିଅନ୍ତୁ । ତେବେ ଏହାର ଦିନକ ପରେ ସେ ନିଜ ପୁତୁରା ଅଭିଷେକଙ୍କ ନାମ ସୁପାରିଶ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ଓ ଭାରତର ଅପରେସନ ସିନ୍ଦୁର ବିରୋଧରେ ସାରା ବିଶ୍ବରେ ଜନମତ ସୃଷ୍ଟି କରିବାକୁ ଭାରତ ସରକାର ବିଭିନ୍ନ ଦେଶକୁ ସର୍ବଦଳୀୟ ସଂସଦୀୟ ପ୍ରତିନିଧିମଣ୍ଡଳ ପଠାଉଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/05/20/Q1C3wJspWGijHzjwavau.jpg)