ତୃଣମୂଳ କଂଗ୍ରେସକୁ ‘ମଡର୍ଣ୍ଣ’ କରିବେ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗରେ ୨୦୨୧ରେ ହେବାକୁ ଥିବାବେଳେ ବିଧାନସଭା ନିର୍ବାଚନ ପାଇଁ ଆଧୁନିକ ହେବ ତୃଣମୂଳ କଂଗ୍ରେସ |ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଏଥିପାଇଁ ଅଣ୍ଟା ଭିଡିଛନ୍ତି | ମମତା ନିର୍ବାଚନ ପୂର୍ବରୁ ଜନସମ୍ପର୍କ ଅଭିଯାନ ନେଇ ଘୋଷଣା କରିଛନ୍ତି | ମମତା କହିଛନ୍ତି ଯେ ଟିଏମସି ୧୦ ହଜାର ଗାଁକୁ ଯିବ | ମମତା କହିଛନ୍ତି ଯେ ଦଳ ଏବେ କୌଣସି ପ୍ରକାରର ନିର୍ବାଚନ ପ୍ରଚାର କରିବ ନାହିଁ ବରଂ ଲୋକଙ୍କ ସମସ୍ୟାକୁ ସମାଧାନ କରାଯିବ |

ମମତାଙ୍କ ଯୋଜନା ଅନୁସାରେ ଆଗାମୀ ୧୦୦ ଦିନ ମଧ୍ୟରେ ୧୦୦୦ ଜଣ ପ୍ରତିନିଧି ବିଭିନ୍ନ ଗାଁକୁ ଯାଇ ଲୋକଙ୍କର ଅସୁବିଧାକୁ ଶୁଣିବେ | ପ୍ରତିନିଧିମାନେ କର୍ମୀଙ୍କ ଘରେ ଖାଦ୍ୟ ଖାଇବା ସହ ସେଠାରେ ରହି ଲୋକଙ୍କ ସମସ୍ୟାକୁ ଶୁଣିବେ | ସେହିପରି ମମତା କହିଛନ୍ତି ଯେ ଦଳକୁ ଆଧୁନିକ କରିବାର ଆବଶ୍ୟକତା ରହିଛି | ଲୋକଙ୍କ ସହ ସମ୍ପର୍କ ବୃଦ୍ଧି ପାଇଁ ସବୁପ୍ରକାରର ବ୍ୟବସ୍ଥା କରାଯିବ | ଏହି ଅବସରରେ ବିଜେପି ଉପରେ ବର୍ଷିଛନ୍ତି ମମତା |

ସେ କହିଛନ୍ତି ଯେ ସବୁ ଦଳ ବିଜେପି ଭଳି ନୁହନ୍ତି ତାଙ୍କ ଦଳ ବହୁତ ଗରିବ ହୋଇଥିବାରୁ ସେ ନିର୍ବାଚନ ପ୍ରକ୍ରିୟାରେ ପରିବର୍ତ୍ତନ ପାଇଁ ଦାବି କରୁଛନ୍ତି | ପୂର୍ବରୁ ମମତା ଅଭିଯୋଗ କରିଥିଲେ ଯେ ଲୋକସଭା ନିର୍ବାଚନରେ ବିଜେପି କେନ୍ଦ୍ରୀୟ ସୁରକ୍ଷା ବଳ, ନିର୍ବାଚନ କମିଶନ ଓ ଅର୍ଥବଳ ସହାୟତାରେ ସଫଳତା ହାସଲ କରିଛି |

ସମ୍ବନ୍ଧିତ ଖବର