‌କୋଲକାତା: ପଶ୍ଚିମବଙ୍ଗର ୩ଟି ବିଧାନସଭା ଆସନ‌ରେ ହୋଇଥିବା ଉପନିର୍ବାଚନରେ ଟିଏମ୍‌ସି (ତୃଣମୂଳ କଂଗ୍ରେସ)ର ବିଜୟ ହୋଇଛି। ପଶ୍ଚିମବଙ୍କ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟିଏମ୍‌ସିର ଏହି ବିଜୟକୁ ବିକାଶର ବିଜୟ ବୋଲି କହିଛନ୍ତି। ବିଜେପିର ଅହଂକାର ରାଜନୀତିକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ସେ କହିଛନ୍ତି। ପ୍ରଥମ ଥର ଟିଏମ୍‌ସି ଖଡ଼ଗପୁର ଏବଂ କାଳିଆଗଂଜରେ ବିଜୟୀ ହୋଇଛି। ସଂଖ୍ୟାଲଘୁଙ୍କଠାରୁ ଆରମ୍ଭ କରି ଆଦିବାସୀଙ୍କ ପର୍ଯ୍ୟନ୍ତ ସମସ୍ତେ ଆମକୁ ଭୋଟ୍‌ ଦେଇଛନ୍ତି ବୋଲି ମମତା କହିଛନ୍ତି। ପଶ୍ଚିମବଙ୍ଗରେ କାଳିଆଗଂଜ, ଖଡ଼ଗପୁର ଏବଂ କରିମପୁର‌ ଆସନରେ ଉପନିର୍ବାଚନ ହୋଇଥିଲା।

Advertisment