କୋଲକାତା : ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର କ୍ୟାନିଂ ସହରରେ ଜଣେ ମହିଳା ଟିଏମ୍‌ସି କର୍ମକର୍ତ୍ତାଙ୍କ ମୃତଦେହ ମିଳିଛି। ମୃତକଙ୍କ ନାମ ସୁଚିତ୍ରା ମଣ୍ଡଳ (୪୮)। ତାଙ୍କ ପରିବାର ଏବଂ ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଶନିବାର ଜମିକୁ ଯାଇଥିବା କିଛି ଲୋକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସୁଚିତ୍ରାଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ କ୍ୟାନିଂ ସବ-ଡିଭିଜନାଲ ହସ୍ପିଟାଲକୁ ପଠାଇଥିଲା। ଏକ ଧାରୁଅ ଅସ୍ତ୍ରରେ ସୁଚିତ୍ରାଙ୍କ ଗଳା କଟା ଯାଇଥିବା ଏବଂ ଶରୀରର ଅନ୍ୟ ସ୍ଥାନରେ ମଧ୍ୟ କଟା ଦାଗ ରହିଥିବା ଦେଖିବାକୁ ମିଳିଛି। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୁଲିସ ଅନୁମାନ କରୁଛି। ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ସୁଚିତ୍ରା ଦୀର୍ଘ ଦିନ ହେଲା ଟିଏମ୍‌ସିର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଥିଲେ।