ଟିଏମ୍‌ସି କର୍ମୀଙ୍କ ଅମାନବୀୟ କାଣ୍ଡ : ଶିକ୍ଷୟିତ୍ରୀଙ୍କୁ ବାନ୍ଧି ରାସ୍ତାରେ ଘୋଷାଡ଼ିଲେ

କୋଲକାତା : ପଶ୍ଚିମବଙ୍ଗରେ ଜଣେ ମହିଳା ଶିକ୍ଷୟିତ୍ରୀଙ୍କୁ ତୃଣମୂଳ କଂଗ୍ରେସ ନେତା ଓ କର୍ମୀମାନେ ଦଉଡ଼ିରେ ବାନ୍ଧି ‌ରାସ୍ତାରେ ଘୋଷାଡି ଘୋଷାଡ଼ି ନେଉଥିବାର ଏକ ଭିଡ଼ିଓ ଭାଇରାଲ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅମଲ ସରକାର ନାମକ ଜଣେ ତୃଣମୂଳ କଂଗ୍ରେସ ନେତା ସ୍ମୃତିକଣ ଦାସ ନାମ୍ନୀ ଜଣେ ଶିକ୍ଷୟିତ୍ରୀ ଏବଂ ତାଙ୍କ ଭଉଣୀ ସୋମା ଦାସଙ୍କୁ ଦଉଡ଼ିରେ ବାନ୍ଧି ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେବା ସହ ମାଡ଼ ମାରି ଗୁରୁତର କରି ଦେଇଛନ୍ତି। ଆହତ ଶିକ୍ଷୟିତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାରୁ ପ୍ରକାଶ, ଶିକ୍ଷୟିତ୍ରୀଙ୍କ ଘର ସମ୍ମୁଖ ଜାଗା ଉପରେ ବେଆଇନ ଭାବେ ରାସ୍ତା ନିର୍ମାଣ ହେଉଥିବାରୁ ସେ ଏହାକୁ ବିରୋଧ କରିଥିଲେ। ତୃଣମୂଳ କଂଗ୍ରେସ ନେତା ଓ କର୍ମୀମା‌ନେ ଏ ରାସ୍ତା ନିର୍ମାଣର ଠିକା କାମ ନେଇଥିବାରୁ ସେମାନେ ଶିକ୍ଷୟିତ୍ରୀଙ୍କୁ ବାନ୍ଧି ପକାଇଥିଲେ। ଶିକ୍ଷୟିତ୍ରୀଙ୍କ ପରିବାର ଲୋକେ ଏହାକୁ ବିରୋଧ କରିବାରୁ ତୃଣମୂଳ କଂଗ୍ରେସ କର୍ମୀମାନେ ତାଙ୍କ ସାନ ଭଉଣୀକୁ ମଧ୍ୟ ବାନ୍ଧି ଉଭୟଙ୍କୁ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେବା ସହ ମାଡ଼ ମାରିଥିଲେ।

ସମ୍ବନ୍ଧିତ ଖବର