ତ୍ରିଚୀ: ତାମିଲନାଡ଼ୁ ତିରୁଚିରାପ୍ପଲୀର ଏକ ପରିତ୍ୟକ୍ତ ବୋରୱେଲ ମଧ୍ୟକୁ ଖସି ପଡ଼ି ଗତ ଚାରି ଦିନ ଧରି ମୃତ୍ୟୁ ସହ ଏବେ ବି ସଂଗ୍ରାମ ଜାରି ରଖିଛି ଦୁଇ ବର୍ଷ ବୟସ୍କ ବାଳକ ସୁଜିତ୍। ପରିତ୍ୟକ୍ତ ବୋରୱେଲର ୭୦ ଫୁଟ ତଳକୁ ଖସି ପଡ଼ିଥିବା ସୁଜିତ୍କୁ ବୋରେଓ୍ଵଲ ମଧ୍ୟରୁ ବାହାର କରିବା ପାଇଁ ଉଦ୍ଧାରକାରୀ ଦଳର ସବୁ ଉପାୟ ଏଯାବତ୍ ଫେଲ୍ ମରିଥିଲେ ସୁଦ୍ଧା ତଥାପି ଆଶା ହରାଇ ନାହିଁ କିମ୍ବା ନିଜ ପରାଜୟକୁ ସ୍ୱୀକାର କରିନାହିଁ ଉଦ୍ଧାରକାରୀ ଦଳ।
ଆଜି ସକାଳୁ ସୁଜିତ୍କୁ ବୋରେଓ୍ଵଲ ମଧ୍ୟରୁ ଉଦ୍ଧାର କରିବା ପାଇଁ ଏକ ନୂତନ ଉପାୟ କରାଯାଇ ସୁଜିତ୍ ଖସିପଡ଼ିଥିବା ବୋରେଓ୍ଵଲ କଡ଼ରେ ସମାନ୍ତରଳ ଭାବେ ଆଉ ତିନିଟି ବୋରେଓ୍ଵଲ କରାଯିବା ସହ ଉଦ୍ଧାର ପାଇଁ ଶେଷ ପ୍ରସାସ ଆରମ୍ଭ କରିଛି ଉଦ୍ଧାରକାରୀ ଦଳ। ଉଦ୍ଧାରକାରୀ ଦଳର ମୁଖ୍ୟ କହିଛନ୍ତି ଯେ ଏହି ପ୍ରୟାସ ସଫଳ ହେବ ଏବଂ ଆଉ ୧୨ ଘଣ୍ଟା ମଧ୍ୟରେ ଆମେ ସୁଜିତ୍କୁୁ ବୋରେଓ୍ଵଲ ମଧ୍ୟରୁ ୁଉଦ୍ଧାର କରିବାରେ ସମର୍ଥ ହେବୁ।
Boring works have started to drill threw holes to loosen the soil. #SaveSujith#PrayforSujith@xpresstn@NewIndianXpresspic.twitter.com/OvpDP51jSv
— Jayakumar Madala (@JayakumarMadala) October 28, 2019
ଅନ୍ୟପକ୍ଷରେ ଏହି ଘଟଣାକୁ ୪ ଦିନ ବିତିବାକୁ ବସିଥିଲେ ଥିଲେ ବି ବୋରେଓ୍ଵଲର ଅନ୍ଧକାରମୟ ଗର୍ତ୍ତ ମଧ୍ୟରେ ମୃତ୍ୟୁକୁ ନିଜ ନିକଟକୁ ଆସିବାକୁ ଦେଇ ନାହିଁ ସୁଜିତ୍। ଜାରି ରଖିଛି ନିଜର ସଂଗ୍ରାମ। ସୁଜିତ୍ର ସଂଗ୍ରାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ପ୍ରଧାନମନ୍ତ୍ରୀ ମୋଦୀ ସୁଜିତ୍ର ଏ ପ୍ରକାର ବାହାଦୂରୀକୁ ପ୍ରଂଶସା କରିଛନ୍ତି। ଏକ ଟୁଇଟ୍ କରି ସେ ସୁଜିତ୍ର ସୁରକ୍ଷିତ ଉଦ୍ଧାର ପାଇଁ କୌଣସି ସୁଯୋଗକୁ ହାତଛଡ଼ା ନ କରିବାକୁ ପରାମର୍ଶ ଦେଇଛନ୍ତି।
My prayers are with the young and brave Sujith Wilson. Spoke to CM @EPSTamilNadu regarding the rescue efforts underway to save Sujith. Every effort is being made to ensure that he is safe. @CMOTamilNadu
— Narendra Modi (@narendramodi) October 28, 2019
ସୁଜିତ୍ର ଉଦ୍ଧାର ସହ ତା’ର ଡାକ ଶୁଣିବା ପାଇଁ ପରିବାର ଓ ସ୍ଥାନୀୟ ଲୋକେ ବ୍ୟାକୁଳତାର ସହ ଅନାଇ ବସିଛନ୍ତି। ସୁଜିତ୍ର ବାପା ନଳକୂପ ଗର୍ତ୍ତ ନିକଟରେ ବସି ବାରମ୍ବାର ତାକୁ ଡ଼ାକ ଛାଡ଼ୁଥିବାର ଦୃଶ୍ୟ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଉଛି। ଉଦ୍ଧାରକାରୀ ଦଳର ମୁଖ୍ୟ ଶ୍ରୀଧର ପଲାନିସ୍ୱମୀ ଏକ ବ୍ୟାଗ୍ ସାହାଯ୍ୟରେ ସୁଜିତ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣାଯାଇ ପାରିବ ବୋଲି କହିବା ପରେ ପୁଅର ଡ଼ାକ ଶୁଣିବାକୁ ଅନାଇ ବସିଥିବା ମା’ ତୁରନ୍ତ ଯାଇ ବ୍ୟାଗ୍ ସିଲେଇ ଆରମ୍ଭ କରିଥିବା ଖବର ଏବେ ସାମ୍ନାକୁ ଆସିଛି।
ସୂଚନା ମୁତାବକ, ଶୁକ୍ରବାର ଦିନ ତିରୁଚିରାପଲ୍ଲୀ ଜିଲ୍ଲାର ନାଡୁକାଟ୍ଟୁପଲ୍ଲୀଠାରେ ୨ ବର୍ଷୀୟ ସୁଜିତ୍ ନିଜ ଘର ଆଗରେ ଥିବା ୬୦୦ ଫୁଟ୍ ଗଭୀରର ଏକ ପରିତ୍ୟକ୍ତ ବୋରେଓ୍ଵଲ ମଧ୍ୟକୁ ଖସି ପଡ଼ିଥିଲ। ପ୍ରଥମେ ସେ ୨୫ ଫୁଟ୍ ତଳକୁ ଖସି ପଡ଼ିଥିବା ବେଳେ ପରେ ସେ ୭୦ ଫୁଟ ତଳକୁ ଖସି ଯାଇଥିଲେ। ସୁଜିତ୍ଙ୍କୁ ଉଦ୍ଧାର କରିବା ପାଇଁ ଏନ୍ଡିଆର୍ଏଫ୍ ଓ ଏସ୍ଡିଆର୍ଏଫ୍ ଟିମ୍କୁ ଏବେ ମୁତୟନ କରାଯାଇଛି।
ତେବେ, ସବଶେଷ ସମ୍ବାଦ ଅନୁଯାୟୀ ସୁଜିତ୍ ଏବେ ଗର୍ତ୍ତ ମଧ୍ୟରେ ଅଚେତ୍ ହୋଇ ପଡ଼ିଥିବା ଜାରିବାକୁ ମିଳିଛି। ହେଲେ, ତା’ର ଶ୍ୱାସ ପ୍ରଶ୍ୱାସ ଚାଲିଛି।