ମେରିନା ବିଚରେ କରୁଣାନିଧିଙ୍କ ସମାଧି ପାଇଁ ମନା କଲେ ତାମିଲନାଡୁ ସରକାର, ଡିଏମକେ କର୍ମୀଙ୍କ ହିଂସାକାଣ୍ଡ

ନୂଆଦିଲ୍ଲୀ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମ.କରୁଣାନିଧିଙ୍କ ପରଲୋକପରେ ସମଗ୍ର ତାମିଲନାଡୁରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ସମର୍ଥକ ଓ ସାଧାରଣ ଲୋକମାନେ ସ୍ତବଧ ହୋଇଯାଇଛନ୍ତି । ତେବେ ଏହି ଦୁଃଖରେ କାତର ହୋଇ କୌଣସି ଚରମ ପଦକ୍ଷେପ ନ ନେବାକୁ ଡିଏମକେ ପକ୍ଷରୁ ଅନୁରୋଧ କରାଯାଇଛି । କରୁଣାନିଧି ଅସୁସ୍ଥ ହୋଇ କାବେରୀ ହସପିଟାଲରେ ଭର୍ତ୍ତି ହେବା ପରଠାରୁ ତାଙ୍କର ଅନେକ ସମର୍ଥକ ଆତ୍ମହତ୍ୟା କରିଛନ୍ତି ବା ମୃତ୍ୟୁବରଣ କରିଛନ୍ତି । ଏ ପର୍ଯ୍ୟନ୍ତ ୨୧ ଲୋକ ମୃତ୍ୟୁବରଣ କରିଥିବା ଡିଏମକେ ଦାବି କରୁଥିବାବେଳେ ସରକାରୀଭାବେ କୌଣସି ତଥ୍ୟ ମିଳିପାରି ନାହିଁ । ଅନ୍ୟପକ୍ଷରେ କରୁଣାନିଧିଙ୍କ ସମାଧି ପାଇଁ ମେରିନା ବିଚ୍‌ରେ ସ୍ଥାନ ଦେବାକୁ ମନା କରିବା ପରେ ରାଜ୍ୟରେ ହିଂସା ଦେଖାଦେଇଛି । ଅନେକ ଡିଏମକେ ସମର୍ଥକ ରାସ୍ତାକୁ ବାହାରି ଭଙ୍ଗାରୁଜ୍ଜା କରିଛନ୍ତି ।  ଅନ୍ୟପକ୍ଷରେ ତାମିଲନାଡୁରେ ସବୁ ଫିଲ୍ମ ଶୋକୁ ବାତିଲ କରାଯାଇଛି । ଆସନ୍ତା ଶୁକ୍ରବାରଦିନ କମଲ ହାସାନଙ୍କ ଫିଲ୍ମ ବିଶ୍ୱରୁପମର ରିଲିଜକୁ ନେଇ ସଂଦେହ ଦେକାଦେଇଛି ।

ସମ୍ବନ୍ଧିତ ଖବର