ବୈବାହିକ ଜୀବନରେ ସମସ୍ୟା ସୃଷ୍ଟି କରୁଥିବାରୁ ଗୁଗୁଲ ମ୍ୟାପ ବିରୋଧରେ ଅଭିଯୋଗ ଆଣିଲେ ଏହି ବ୍ୟକ୍ତି

ନାଗାପାଟ୍ଟିନମ୍: ନାଗାପାଟ୍ଟିନମ୍ ଜିଲ୍ଲାର ମାୟିଲାଡୁଥୁରାଇରେ ରହୁଥିବା ଜଣେ ୪୯ବର୍ଷ ବୟସ୍କ ବ୍ୟକ୍ତି ଗୁଗୁଲ୍ ମ୍ୟାପ ବିରୋଧରେ ନିଜ ବିବାହ ଭାଙ୍ଗିବାର ଅଭିଯୋଗ ଆଣିଛନ୍ତି | ଗୁଗୁଲ୍ ମ୍ୟାପ ପାଇଁ ତାଙ୍କ ବୈବାହିକ ଜୀବନରେ ସମସ୍ୟା ସୃଷ୍ଟି ହେଉଥିବା ନେଇ ଅଭିଯୋଗ କରିଛନ୍ତି ଚନ୍ଦ୍ରଶେଖର ନାମକ ଯୁବକ |

ଗୁରୁବାର ଦିନ ଏକ ଅଭିଯୋଗ ସହିତ ଆର ଚନ୍ଦ୍ରଶେଖର ସ୍ଥାନୀୟ ପୁଲିସ ପାଖକୁ ଯାଇ ଗୁଗୁଲ ମ୍ୟାପ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଯେଉଁ ସ୍ଥାନକୁ ସେ କେବେ ଯାଇ ନାହାନ୍ତି ତାଙ୍କ ଗୁଗୁଲ ମ୍ୟାପରେ ସେହି ସ୍ଥାନକୁ ଯାଇଛି ବୋଲି ଦେଖାଉଛି | ଯାହାଦ୍ୱାରା ତାଙ୍କ ସ୍ତ୍ରୀ ତାଙ୍କ ଉପରେ ସନ୍ଦେହ କରିବା ଆରମ୍ଭ କରିଛନ୍ତି | ଗୁଗୁଲ ମ୍ୟାପ ଭୁଲ ସୂଚନା ଦେଉଥିବାରୁ ଏବେ ସେ ପାରିବାରିକ ସମସ୍ୟା, ପାରିବାରିକ ହିଂସା ଏବଂ ନିର୍ଯାତନାର ଶିକାର ହେଉଥିବା କହିଛନ୍ତି ।

6 hidden Google Maps tricks you want to know - CNET
CNet

ତାଙ୍କ ଅଭିଯୋଗରେ ସେ କହିଛନ୍ତି, “ଗତ କିଛି ମାସ ହେଲା, ମୋ ପତ୍ନୀ ଗୁଗୁଲ ମ୍ୟାପରେ ‘ୟୌର ଟାଇମଲାଇନ୍’ ଫିଚରକୁ କ୍ରମାଗତ ଭାବରେ ସ୍କାନ କରି ଆସିବା ସହ ମୋତେ ବିଭିନ୍ନ ପ୍ରଶ୍ନ କରି ମୋ ନିଦ ହଜାଇ ଦେଇଛନ୍ତି | ବାରମ୍ବାର ମୁଁ କୋଉଠି ଥିଲି ବୋଲି ପ୍ରଶ୍ନ କରିବା ସହ ମୋ ଉତ୍ତର ଆଉ ଗୁଗୁଲ ମ୍ୟାପର ଲୋକେସନ ସମାନ ନ ଥିବାରୁ ସେ ମୋତେ ସନ୍ଦେହ କରିବା ଆରମ୍ଭ କରିଛନ୍ତି | ଯାହାର ପ୍ରଭାବ ଏବେ ଧୀରେ ଧୀରେ ମୋ ପରିବାର ଓ ମୋ ବୈବାହିକ ଜୀବନ ଉପରେ ପଡିବା ଆରମ୍ଭ କରିଛି | ମୁଁ ଏବେ ତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଅସମର୍ଥ। ମୋର ପରିବାର, ସମ୍ପର୍କୀୟ, ଆମର ବନ୍ଧୁ ଏବଂ ପରାମର୍ଶଦାତାମାନେ ଅନେକ ବୁଝାଇ ସାରିଥିଲେ ମଧ୍ୟ ସେ ଗୁଗୁଲକୁ ସବୁଠାରୁ ଅଧିକ ବିଶ୍ୱାସ କରୁଛନ୍ତି | ଗୁଗଲ ମ୍ୟାପ ପାଇଁ ମୋ ବୈବାହିକ ଜୀବନ ଖରାପ ହେବାରେ ଲାଗିଛି |

ଚନ୍ଦ୍ରଶେଖରଙ୍କ ଅଭିଯୋଗ ପରେ ପୁଲିସ ଅଧିକାରୀ କେ.ସିଙ୍ଗାରାଭେଲୁ ଏହି ମାମଲାକୁ ନେଇ କୌଣସି ଏତଲା ଦାଖଲ କରାଯାଇ ନାହିଁ ଏବଂ ଏହା ମଧ୍ୟ କରିବାର ଯୋଜନା ନାହିଁ ବୋଲି କହିଛନ୍ତି। ତାଙ୍କ କହିବା ମୁତାବକ, ଆମେ ସ୍ୱାମୀ-ସ୍ତ୍ରୀଙ୍କୁ ଡାକି ସେମାନଙ୍କୁ ବୁଝାଇବା ପାଇଁ ଚିନ୍ତା କରୁଛୁ। ଯଦି ତାହା କାମ ନ କରେ ତେବେ ପରବର୍ତ୍ତୀ ପଦକ୍ଷେପ କ’ଣ ନେବୁ ତାହା ଚିନ୍ତା କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର